ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ମହିଳା ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ମହିଳା ଆହତ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ କାଦୋପଡ଼ା ଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଯିବାରୁ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ଗାଁର ତେଜରାଜ ମେହେର ଙ୍କ ସ୍ତ୍ରୀ ରେବତୀ ମେହେର (୪୫) ଓ ପଡ଼ୋଶୀ ତଥା ସମ୍ପର୍କୀୟା ପୂର୍ଣ୍ଣମୀ ମେହେର (୫୦)।
ଆଜି ସକାଳେ ଚା’ ତିଆରି କରିବା ବେଳେ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ଫାଟି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଏହି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଉଭୟଙ୍କୁ ଭବାନୀପାଟଣା ହସ୍ପିଟାଲ୍‌ ଅଣାଯାଇଥିଲା। ଏଠାରେ ସେମାନଙ୍କ ଚିକିତ୍ସା ଚାଲିଛି।



from Odisha Reporter https://ift.tt/2Wtx5YD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages