ବେଜିଂ: ଚୀନରେ ପୁଣି ୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଚୀନର ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗୁରୁବାର ଏହି ଆକ୍ରାନ୍ତ କିନ୍ତୁ ଚିହ୍ନଟ ହୋଇଥିଲେ। ସମସ୍ତ ଆକ୍ରାନ୍ତ ଚୀନର ମେନଲ୍ୟାଣ୍ଡର। ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ବାହାରୁ ଆସିଥିଲେ ଓ ବାକି ୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ବୋଲି ଚୀନ୍ ପକ୍ଷରୁ କୁହାଯାଇଛି। ବାହାରୁ ଆସିଥିବା ଆକ୍ରାନ୍ତ ହେଲେ ଚୀନର ସଂଘାଇ ଅଞ୍ଚଳର। ତେବେ ଗୁରୁବାର ୩୨ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ କୌଣସି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନାହିଁ।
ଚୀନରେ ଏଯାବତ ୮୨, ୮୭୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪,୬୩୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ୭୭, ୬୪୨ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ୫୯୯ ଜଣ ଚିକିତ୍ସାଧୀନ ରହିଛନ୍ତି। ୩୮ ଜଣ ଗୁରୁତର ରହିଛନ୍ତି।
from Odisha Reporter https://ift.tt/2YyBaxl
No comments:
Post a Comment