ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକର ୩୨ ପଞ୍ଚାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକର ୩୨ ପଞ୍ଚାୟତ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ଜିଲ୍ଲାର ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହାପରେ ବାସୁଦେବପୁର ବ୍ଲକର ଚୂଡ଼ାମଣି ଓ କିସମତ କୃଷ୍ଣପୁର ପଞ୍ଚାୟତ ଏବଂ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତକୁ କଣ୍ଟନମେଣ୍ଟ ଜୋନ୍ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି। ତେବେ ଜିଲ୍ଲାରେ ପଜିଟିଭଙ୍କ ମଧ୍ୟରୁ କେବଳ କୋଲକତା ଫେରନ୍ତା ୧୬ ଜଣ ଅଛନ୍ତି।

ପୂର୍ବରୁ ୫ଟି ବ୍ଲକର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଆଜିର ତିନିଗୋଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ ମୋଟ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି।

ଅନ୍ୟପକ୍ଷରେ ଜିଲ୍ଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍ ସମୟରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ୮ଟି  କ୍ୟାମ୍ପ କରାଯାଇ ୧୩୦୦ରୁ ଅଧିକ ସ୍ୱାବ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ଆଜି ଏହି ନୂଆ କରୋନା ପଜିଟିଭ ବାହାରଥିବା ଜ଼ିଲ୍ଲାପାଳ କହିଛନ୍ତି। ଏଥିସହ ଜ଼ିଲ୍ଲାର ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ପଞ୍ଚାୟତରେ ୧୦ରୁ ଅଧିକ କୋଲକତା ଫେରନ୍ତା ଅଛନ୍ତି।



from Odisha Reporter https://ift.tt/2zxnk3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages