୨୦୨୧ରେ ବି ହୋଇପାରିବନି ଅଲିମ୍ପିକ୍ସ କ୍ରୀଡ଼ା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

୨୦୨୧ରେ ବି ହୋଇପାରିବନି ଅଲିମ୍ପିକ୍ସ କ୍ରୀଡ଼ା!

ନୂଆଦିଲ୍ଲୀ: ସାରା ଦୁନିଆରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନାଭାଇରସର ପ୍ରକୋପ। ଏହି ମହାମାରୀରୁ ରକ୍ଷା ପାଇଁ ବିଭିନ୍ନ ଦେଶ ଦିନରାତି ପ୍ରୟାସ ଚଳାଇଛନ୍ତି। କିନ୍ତୁ ଏଯାଏ ଏହାର ପ୍ରତିକାରର ବ୍ୟବସ୍ଥା ହୋଇପାରିନାହିଁ। ଯଦି ଏହି ମହାମାରୀ ଚଳିତ ବର୍ଷ ତମାମ ଲାଗି ରୁହେ, ତାହେଲେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ୍ କରିଦିଆଯିବ।

ଏ ନେଇ ଟୋକିଓ ଅଲିମ୍ପିକ୍ସ ଆୟୋଜନ କମିଟିର ଅଧ୍ୟକ୍ଷ ୟୋସିରୋ ମୋରି କହିଛନ୍ତି। ମୋରି କହିଛନ୍ତି, ଆସନ୍ତାବର୍ଷ ପର୍ଯ୍ୟନ୍ତ ଯଦି କରୋନାଭାଇରସ୍ ମହାମାରୀ ନିୟନ୍ତ୍ରଣକୁ ନଆସେ, ତାହେଲେ ବର୍ଷକ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ୨୦୨୦ କ୍ରୀଡ଼ାକୁ ସମ୍ପୂର୍ଣ୍ଣ ବାତିଲ୍ କରିଦିଆଯିବ।

ଏହି ମହାମାରୀ କାରଣରୁ ପୂର୍ବରୁ ହିଁ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହାର ଆୟୋଜନ ଜୁଲାଇ ୨୩, ୨୦୨୧ରେ ହେବ, କିନ୍ତୁ ଟୋକିଓ କ୍ରୀଡ଼ା ଆୟୋଜନ କମିଟିର ଅଧ୍ୟକ୍ଷ ୟୋସିରୋ ମୋରି କହିଛନ୍ତି, ଏହି କ୍ରୀଡ଼ାକୁ ଆଉ ଆଗକୁ ସ୍ଥଗିତ କରିବା ସମ୍ଭବ ନୁହେଁ। ଯଦି ଆବଶ୍ୟକ ପଡ଼େ, ଏହି ମହାକୁମ୍ଭକୁ ବାତିଲ୍ କରାଯିବ।

ମୋରି ଆହୁରି କହିଛନ୍ତି, ଏହା ପୂର୍ବରୁ ଯୁଦ୍ଧ ସମୟରେ ଏହି କ୍ରୀଡ଼ାକୁ ବାତିଲ୍ କରାଯାଇଥିଲା। ସେ କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇକୁ ‘ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ’ ବୋଲି ବୋଲି କହିଛନ୍ତି। ଯଦି ଭାଇରସ୍ ଉପରେ ନିୟନ୍ତ୍ରଣ ହାସଲ କରିବାରେ ଆମେ ସଫଳ ହେଉ, ତାହେଲେ ପରବର୍ତ୍ତୀ ଗ୍ରୀଷ୍ମରେ ଏହି କ୍ରୀଡ଼ାର ସଫଳ ଆୟୋଜନ ହୋଇପାରିବ।

ଚଳିତ ବର୍ଷ ଅଲିମ୍ପିକ୍ସ ଆୟୋଜନ ନେଇ ପୂର୍ବରୁ ହିଁ ଆଶଙ୍କା ଦେଖା ଦେଇଥିଲା। ବିଭିନ୍ନ ଦେଶଗୁଡ଼ିକ ମଧ୍ୟ ଏହି କ୍ରୀଡ଼ାକୁ ସ୍ଥଗିତ କରିବା ପାଇଁ ଆଇଓସିକୁ ଦାବି କରିଥିଲେ। ଏପରିକି କ୍ୟାନାଡା ଓ ଅଷ୍ଟ୍ରେଲିଆ ନିଜ ନିଜର ଆଥଲେଟ୍ସଙ୍କୁ ଟୋକିଓ ପଠାଇବାକୁ ସିଧାସଳଖ ମନା କରିଦେଇଥିଲା। ଚାରିଆଡ଼ୁ ଚାପ ପଡ଼ୁଥିବାର ଦେଖି ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଗତ ମାର୍ଚ୍ଚ ୨୪ ତାରିଖରେ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।



from Odisha Reporter https://ift.tt/2y53VXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages