ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିର୍ଦ୍ଦେଶ ଦେଇଛି। କିଟ୍ ସଂଖ୍ୟା ଅଧିକ ଆବଶ୍ୟକତା ରହିଥିବାରୁ କେନ୍ଦ୍ର ସରକାର ଏବେ ଆଇସିଏମଆରକୁ ଏପ୍ରିଲ ୮ ତାରିଖ ସୁଦ୍ଧା ୭ ଲକ୍ଷ କରୋନା କିଟ୍ ଯୋଗାଇ ଦେବେ। ପର୍ଯ୍ୟାୟ କ୍ରମେ ସରକାର ଏପ୍ରିଲ ୮ ତାରିଖ ସୁଦ୍ଧା ଟେଷ୍ଟିଂ କିଟ୍ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କିଟ୍ ସରକାର ଆଇସିଏମଆରକୁ ଯୋଗାଇବେ ବୋଲି ଜଣାପଡ଼ିଛି।
ଗତ ମାସରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିଲା ଧାର୍ମିକ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅଧିକାଂଶ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଛି। ଏବେ ଆକ୍ରାନ୍ତଙ୍କ ସମ୍ପର୍କୀୟ ଏବଂ ସେମାନେ ଯେଉଁମାନଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି।
ରବିବାର ଗୋଟିଏ ଦିନରେ ଦେଶରେ ୫୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଦେଶର ମୃତ୍ୟୁ ସଂଖ୍ୟା ୧୦୯ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ ଛୁଇଁଛି।
ଏବେ ମୋଟ୍ ୩,୬୬୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଯାବତ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଦ୍ୱିତୀୟରେ ତାମିଲନାଡୁ ଏବଂ ତୃତୀୟରେ ଦିଲ୍ଲୀ ରହିଛି।
from Odisha Reporter https://ift.tt/3bXOM8O
No comments:
Post a Comment