ହସ୍ପିଟାଲରୁ ଡିସଚାର୍ଜ ହେଲେ କନିକା, ହେଲେ ବଢ଼ିଗଲା ଅଡ଼ୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ହସ୍ପିଟାଲରୁ ଡିସଚାର୍ଜ ହେଲେ କନିକା, ହେଲେ ବଢ଼ିଗଲା ଅଡ଼ୁଆ

ନୂଆଦିଲ୍ଲୀ: ଶେଷରେ ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁର, ତାଙ୍କ ପରିବାର ତଥା ଫ୍ୟାନମାନଙ୍କ ପାଇଁ ଖୁସି ଖବର ଆସିଛି। କୋଭିଡ୍-୧୯ ଆକ୍ରାନ୍ତ କନିକାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଗତ ମାସ ଲଣ୍ଡନରୁ ଫେରିବା ପରେ ସେ ନୋଭେଲ କରୋନା ଭୂତାଣୁ ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଥିଲା। ଏହାପରେ ସେ ଲକ୍ଷ୍ନୌରେ ଚିକିତ୍ସିତ ହେଉଥିଲେ।

View this post on Instagram

🌈

A post shared by Kanika Kapoor (@kanik4kapoor) on

ମିଳିଥିବା ସୂଚନା ଅନୁଯାୟୀ, ସୋମବାର କନିକାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତେବେ ଶନିବାର ତାଙ୍କର ୬ଷ୍ଠ ରିପୋର୍ଟ ମଧ୍ୟ କରୋନା ନେଗେଟିଭ୍ ଆସିଥିଲା। କିନ୍ତୁ ଡାକ୍ତର ଏହାକୁ ନେଇ ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରୁ ଛାଡ଼ିବାକୁ ଚାହୁଁ ନ ଥିଲେ। କାରଣ ୫ଥର ଲଗାତର କନିକାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଏଣୁ ଅତି କମରେ ପରବର୍ତ୍ତୀ ଦୁଇଟି ରିପୋର୍ଟ ନେଗେଟିଭ୍ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ ବୋଲି ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ।

ପ୍ରକାଶ ଥାଉ କି, କନିକା ସିନା ହସ୍ପିଟାଲରୁ କରୋନା ନେଗେଟିଭ୍ ରିପୋର୍ଟ ସହ ଡିସଚାର୍ଜ ହୋଇଗଲେ। ହେଲେ ତାଙ୍କ ସମସ୍ୟା ଆହୁରି ବଢ଼ିଗଲା। ନୋଭେଲ କରୋନା ସଂକ୍ରମିତ ହୋଇ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ନ କରିଥିବାରୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ କନିକାଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଛି। ଲକ୍ଷ୍ନୌସ୍ଥିତ ସରୋଜିନୀ ନଗର ପୋଲିସ ଷ୍ଟେସନରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା ୧୮୮, ୨୬୯ ଓ ୨୭୦ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଡିସଚାର୍ଜ ହେବା ପରେ ମଧ୍ୟ ଘରେ ଏକାନ୍ତବାସରେ ରହିବାକୁ ତାଙ୍କୁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି।

View this post on Instagram

Aao Huzoor tumko sitaron me le chalu 💕

A post shared by Kanika Kapoor (@kanik4kapoor) on

କନିକା କରୋନା ପଜିଟିଭ୍ ଜଣାପଡ଼ିବା ପରେ ମାର୍ଚ୍ଚ ୨୦ରୁ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସଠାରେ ଚିକିତ୍ସିତ ହେଉଥିଲେ। ବଲିଉଡ୍ ଜଗତରେ ସେ ହେଉଛନ୍ତି ପ୍ରଥମ ତାରକା ଯିଏ ବିଶ୍ୱ ମହାମାରୀ ନୋଭେଲ କରୋନା ଭୂତାଣୁ ସଂକ୍ରମିତ।



from Odisha Reporter https://ift.tt/2XcmmUk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages