ପରିବା ବ୍ୟବସାୟୀ ବସିଥିବା ସ୍ଥାନରୁ ଉଠିବାକୁ ମନା କରିବାରୁ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ପରିବା ବ୍ୟବସାୟୀ ବସିଥିବା ସ୍ଥାନରୁ ଉଠିବାକୁ ମନା କରିବାରୁ ଉତ୍ତେଜନା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରିଙ୍ଗ୍‌ ରୋଡ଼ ସାଇଡରେ ବସିଥିବା ଖୁଚୁରା ପରିବା ବ୍ୟବସାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ମନା କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପରିବା ବ୍ୟବସାୟୀମାନେ ଏବେ ବସିଥିବା  ସ୍ଥାନରୁ ନ ଉଠିବାକୁ ଜିଦ୍‌ ଧରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ରାଉରକେଲା ଟ୍ରାଫିକ ଗେଟ୍‌ ନିକଟରେ ବସୁଥିବା ଖୁଚୁରା ପରିବା ବ୍ୟବସାୟୀଙ୍କୁ ରିଙ୍ଗ ରୋଡ଼ ସାଇଡରେ ବସା ଯାଇଥିଲା। ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମିଳିତ ଭାବେ ଏହି  ନିଷ୍ପତ୍ତି ନେଇଥିଲେ।

 ଆଜି ସକାଳେ ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡମାନେ ମାଇକ୍‌ ଦ୍ୱାରା ପ୍ରଚାର କରି  ପରିବା ବ୍ୟବସାୟୀଙ୍କୁ ସେଠାରୁ  ସ୍ଥାନାନ୍ତର ହେବା ପାଇଁ କହିଥିଲେ। ତେବେ ପରିବା ବ୍ୟବସାୟୀମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର  ହେବା ପାଇଁ ରାଜି ହୋଇ ନ ଥିଲେ। ପୂର୍ବରୁ କୌଣସି ସୂଚନା ନ ଦିଆଯାଇ ହଠାତ୍‌  ଅନ୍ୟତ୍ର ସ୍ଥାନାନ୍ତର ହେବାକୁ  କୁହାଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି।



from Odisha Reporter https://ift.tt/3eyb8iX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages