ଅନୁଗୋଳ(ବିରଜା ଦାଶ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ହେଲେ ଏହାଦ୍ୱାରା ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏପରିକି ଦିନକୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡିଲାଣି।
ଅନୁଗୋଳ ରେଳଷ୍ଟେସନ ଉପରେ ନିର୍ଭର କରୁଥିବା ଅଟୋ ଚାଳକଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ନା ଅଛି ଚାଷଜମି ନା ଅନ୍ୟ ବ୍ୟବସ୍ଥା। ଅଟୋ ଖଣ୍ଡିଏ ଦ୍ୱାରା ପରିବାର ପ୍ରତିପୋଷଣ କରୁଥିବା ଅଟୋ ଚାଳକଙ୍କ ପାଇଁ ଲକ୍ଡାଉନ୍ ଆଣି ଦେଇଛି ଦୁଃଖ। ଲକ୍ଡାଉନ୍ ଯୋଗୁ ବାହାରକୁ କେହି ବାହାରୁ ନଥିବାରୁ ଯାତ୍ରୀ ପରିବହନ ବନ୍ଦ ରହିଛି। ସେଥିପାଇଁ ଘର ଆଗରେ କିମ୍ବା ଅଟୋ ଷ୍ଟାଣ୍ଡରେ ଠିଆ ହୋଇଛି ଅଟୋ।
ଅନେକ ଋଣ କରି ଅଟୋ କରିଥିବାବେଳେ କିସ୍ତି କିଭଳି ଦେବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିବାବେଳେ ଅଟୋ ଚାଳକଙ୍କ ସମସ୍ୟା ସରକାର ଭୁଲି ଯାଇଥିବା ଅଟୋ ଚାଳକମାନେ କ୍ଷୋଭର ସହ କହିଛନ୍ତି ।
ସରକାର ନିର୍ମାଣ ଶ୍ରମିକ କିମ୍ବା ପୌରାଞ୍ଚଳରେ ଉଠା ଦୋକାନୀମାନଙ୍କୁ ଆର୍ଥିକ ସହାୟତା ଦେବାଭଳି ଅଟୋ ଚାଳକମାନଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି।
ଏନେଇ ଜଣେ ଅଟୋ ଚାଳକ କହିଛନ୍ତି,“ ଅନୁଗୋଳ ରେଳଷ୍ଟେସନ ଉପରେ ୧୬୦ଟି ଅଟୋ ଚାଳକ ନିର୍ଭର କରିଥାନ୍ତି। ଏବେ ଲକ୍ଡାଉନ୍ ଯୋଗୁ ସେମାନଙ୍କ ପରିବାର ଭରଣ ପୋଷଣ କରିବାରେ ଅସୁବିଧା ହେଉଛି। ଏଥିସହ ୪୦ ପ୍ରତିଶତ ଅଟୋ ଚାଳକ ସେମାନଙ୍କ ଅଟୋର କିସ୍ତି ଶୁଝୁଛନ୍ତି। ହେଲେ ଏବେ କିସ୍ତି ସୁଝିବାକୁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନାହିଁ।”
from Odisha Reporter https://ift.tt/350n7BL
No comments:
Post a Comment