ଭୁବନେଶ୍ୱର: ଲକଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରୁ ବିକୃତ ମାନସିକତାର ଉଦାହରଣ ଦେଖିବାକୁ ମିଳିଛି। ନକଲି ମହିଳା ଆଇପିଏସ ଅଫିସରଙ୍କୁ ଗୁରବାର ଗିରଫ କରିଛି ମହିଲା ପୋଲିସ। ମହିଳା ଜଣଙ୍କ କରୋନା କଟକଣା ସମୟରେ ଜରୁରୀ ଜିନିଷ ଆଣିବାକୁ ତଳିଆ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ରିଜର୍ଭ ପୋଲିସଙ୍କୁ ବାରମ୍ବାର ଫୋନ କରି ଚାପ ପକାଇଥିବା ଜଣାପଡ଼ିଛି।
ଗିରଫ ହୋଇଥିବା ନକଲି ମହିଳା ଆଇପିଏସ୍ ଅଫିସରଙ୍କ ନାଁ ହେଉଛି ଶର୍ମିଷ୍ଠା ବେହେରା। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍ ଅଫିସର ବୋଲି ଦର୍ଶାଇଥିଲେ। କେବଳ ଏତିକି ନୁହେଁ ସେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମି (ବିପିଏସପିଏ)ରେ ଦାୟିତ୍ୱରତ ଏବଂ ସେ ସ୍ଥାନୀୟ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି ବୋଲି କହିଥିଲେ।
ମିଳିଥିବା ସୂଚନା ମୁତାବକ, ନିକଟରେ ସେ ରାଜଧାନୀର ବିଭିନ୍ନ ଥାନା ଅଧୀନସ୍ଥ ପୋଲିସ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ଏବଂ ନିଜକୁ ଆଇପିଏସ୍ ଅଫିସର ବୋଲି ପରିଚୟ ଦେଇଥିଲେ। ନିଜର ଆବଶ୍ୟକ ଜିନଷ ଓ ଅନ୍ୟାନ୍ୟ ସେବା ତୁରନ୍ତ ଘରେ ପହଞ୍ଚାଇବାକୁ ସେ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଚାପ ପକାଉଥିଲେ। ଏପରିକି ସେ ପୋଲିସମାନଙ୍କୁ ନଗଦ ଟଙ୍କା, ଖାଦ୍ୟ ଏବଂ ଲକଡାଉନ ପାସ୍ ଯୋଗାଡ଼ିବାକୁ ମଧ୍ୟ କହିଥିଲେ।
from Odisha Reporter https://ift.tt/2XXS5Jf
No comments:
Post a Comment