ଔଷଧ ଦୋକାନକୁ ଛାଡ଼ି ସବୁ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ଔଷଧ ଦୋକାନକୁ ଛାଡ଼ି ସବୁ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪୮ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେବା ପରେ ଡିଜିପି ଅଭୟ ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଏବଂ ଏହା ଭିତରେ ହେବାକୁ ଥିବା କଟକଣା ସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ସମୟରେ ଗ୍ରୋସରୀ, ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ। ତା’ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲିବ। କିନ୍ତୁ ସେଗୁଡ଼ିକର ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ।

ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ପଞ୍ଚମ କରୋନା ଆକ୍ରାନ୍ତଙ୍କ ବିଲକ୍ଷଣ ନେଇ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ସଂପୃକ୍ତ ବ୍ୟକ୍ତି ବିଦେଶ ଗସ୍ତ କରି ନଥିବାରୁ ତଥା ଅନ୍ୟ କୌଣସି ରାଜ୍ୟକୁ ଯାଇ ନଥିବାରୁ ଚିନ୍ତା ବଢ଼ିଛି। କ’ଣ ପାଇଁ ଏପରି ଘଟିଲା, ତା’ର ସଂପୂର୍ଣ୍ଣ ଛାନ୍‌ଭିନ୍ କରିବାକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି।  ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଓ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ।



from Odisha Reporter https://ift.tt/2UF8iRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages