ରାଜଧାନୀରେ ଶଟ୍‌ ଡାଉନ୍‌ କଟକଣା ଭାଙ୍ଗି ୪ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟର ଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ରାଜଧାନୀରେ ଶଟ୍‌ ଡାଉନ୍‌ କଟକଣା ଭାଙ୍ଗି ୪ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟର ଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଜାରି ରହିଥିବା ବେଳେ ଏହି କଟକଣାକୁ ଭାଙ୍ଗିଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।

କରୋନା ମୁକାବିଲା ପାଇଁ ଗତକାଲ ରାତିଠୁ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଲାଗୁ ହୋଇଛି। ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିବା ଏହି ଶଟ୍‌ ଡାଉନ୍‌ ଆସନ୍ତାକାଲି ରାତି ୮ଟା ଯାଏ ଚାଲିବ। ଶଟ୍‌ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।

ଭୁବନେଶ୍ୱର ମହାନଗର ସହ ଏହାର ପାର୍ଶ୍ୱବର୍ତ୍ତୀ ଅନେକ ଅଞ୍ଚଳକୁ ମଧ୍ୟ ଶଟ୍‌ ଡାଉନ୍‌ରେ ସାମିଲ କରାଯାଇଛି। ଭୁବନେଶ୍ୱରର ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ, ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର ଓ ଜଟଣୀ ପ୍ରଧାନସାହି ଅଞ୍ଚଳକୁ ଶଟ୍‌ ଡାଉନ୍‌ରେ ସାମିଲ କରାଯାଇଛି।

ଗତକାଲି ଡିଜିପି ଅଭୟ ଶଟ୍‌ ଡାଉନ୍ କଟକଣା ବିଷୟରେ ସୂଚନା ଦେବା ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ସମୟରେ ଯିଏ ଘର ବାହାରେ ବୁଲିବ ପୁଲିସ୍ ଉଠାଇ ନେବ। ସେମାନଙ୍କୁ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହା ସହିତ ମାମଲା ରୁଜୁ କରାଯିବ ଓ ଜୋରିମାନା ମଧ୍ୟ ଆଦାୟ କରାଯିବ।



from Odisha Reporter https://ift.tt/2V539ky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages