ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ଓ୍ୱାଶିଂଟନ: ଶନିବାର ସକାଳ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆମେରିକାର ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ ୭୦୧,୬୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୭,୦୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏହି ଭାଇରସ ବିଶ୍ୱର ୨୧୦ଟି ଦେଶକୁ ବ୍ୟାପିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ରହିଛି। ଆମେରିକାର ନ୍ୟୁୟର୍କ ଏହି ଭାଇରସରେ ସର୍ବାଧିକ ପ୍ରବାଭିତ ହୋଇଛି। ଏଯାବତ ୨୩୦,୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୧୩୧ ଜଣଙ୍କର ମୃତ୍ୟୁ ଘଟିଛି।

କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି। ୨୨ ହଜାରରୁ ଅଧିକ ଲୋକଙ୍କର ଏଠାରେ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିଭଳି ସ୍ପେନରେ ୧ ଲକ୍ଷ ୮୪ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।

କରୋନା ଭାଇରସରେ ସାରା ବିଶ୍ୱରେ ୧ ଲକ୍ଷ ୫୪ ହଜାର ୨୬୬ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/34Sht4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages