କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି କ୍ୟାନସର ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି କ୍ୟାନସର ରୋଗୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ୟାନସରରେ ଆକ୍ରାନ୍ତ ହୋଇ ବି ସେ ହାର ମାନିନାହାନ୍ତି। କରୋନା କିଭଳି ତାଙ୍କ ଅଞ୍ଚଳରେ ନବ୍ୟାପିବ ସେନେଇ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଆଉ ତାଙ୍କର ଏହି କାମ ପାଇଁ ସେ ସାରା ରାଜ୍ୟରେ ପ୍ରଶଂସିତ ହୋଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗାଁର ଅଙ୍ଗନବାଡ଼ି କର୍ମୀ ରମା ସାହୁ। ରମାଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ତାଙ୍କୁ ପୁରସ୍କୃତ କରାଯିବ ବୋଲି ରାଜ୍ୟର କୋଭିଡ୍‌ ସମ୍ପର୍କିତ ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ କହିଛନ୍ତି। ଆଉ ଏହା ପରେ ପୂରା ଖଣ୍ଡରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ରମା ୨୦୧୪ ମସିହାରୁ ଜରାୟୁ କ୍ୟାନସରରେ ପୀଡ଼ିତ ଅଛନ୍ତି। ଏହା ସତ୍ତ୍ୱେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଏବେ ସେ କରୋନା ବିଷୟରେ ନିଜ ଅଞ୍ଚଳର ଲୋକଙ୍କୁ ସଚେତନ କରୁଛନ୍ତି। ହାତ ଧୋଇବା, ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ବିଷୟରେ ଲୋକଙ୍କୁ ଅବଗତ କରିବା ସହ ସ୍ୱାସ୍ଥ୍ୟସ୍ଥିତିର ସର୍ଭେ କରୁଛନ୍ତି।

ଏନେଇ ରମା ସାହୁ କହିଛନ୍ତି, “ହାତ ଧୋଇବାର ପ୍ରଣାଳୀ, କେମିତି ମାସ୍କ ପିନ୍ଧିବାକୁ ହେବ, ବାହାରୁ ଆସିଲେ କିପରି ସଫା ହେବେ, ସେସବୁ ନେଇ ଲୋକଙ୍କୁ ସଚେତନ କରୁଛି। ଏହାସହ ଘରକୁ ଘର ବୁଲି ଜିଲ୍ଲା ପ୍ରଶାସନ ତରଫରୁ ଶିଶୁମାନଙ୍କୁ ଖାଦ୍ୟ ବାଣ୍ଟିଛୁ। ମୁଁ ୬ ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ। ତଥାପି ମୋ କାମ ମୁଁ ଠିକ୍‌ ଭାବେ କରୁଛି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଲୋକଙ୍କୁ ସେବା କରିବି। ମୋର ଦୁଇ ପୁଅଙ୍କର ଅଜଣା ରୋଗରେ ମୃତ୍ୟୁ ଘଟିଛି। ହେଲେ ମୁଁ ଦୁଃଖ କରି ନାହିଁ। ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ପିଲାମାନେ ମୋର ଛୁଆ ଭଳି ଯତ୍ନ କରୁଛି।”

ଗାଁର ବିମଳ ଦାସ କହିଛନ୍ତି, “ରମା କର୍କଟ ରୋଗରେ ପୀଡ଼ିତ। ତପାପି ସେ ସବୁ ଭୁଲି ଘର ଘର ବୁଲି଼ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ସେ ଲୋକଙ୍କୁ ସେବା କରିବାକୁ ଭଲ ପା’ନ୍ତି। ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିବେ ବୋଲି ଶୁଣିବା ପରେ ଆମକୁ ବହୁତ ଖୁସି ଲାଗୁଛି।”

ଗାଁର ସୁଦେଷ୍ଣା ସାହୁ କହିଛନ୍ତି, “ରମା ଦିଦି ଜଣେ ଭଲ ମଣିଷ। ସେ ୧୭ ବର୍ଷ ହେଲାଣି ଅଙ୍ଗନବାଡ଼ିରେ କାମ କରି ଆସୁଛନ୍ତି। ସେ ପ୍ରସୂତି ଓ ଶିଶୁ ମାନଙ୍କର ଯତ୍ନ ମଧ୍ୟ ନିଅନ୍ତି। ଆଉ ଏବେ କରୋନା ପାଇଁ ଘର ଘର ବୁଲି ବାରମ୍ୱାର ହାତ ଧୋଇବାକୁ, ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛନ୍ତି। ସେ କ୍ୟାନସରରେ ପୀଡ଼ିତ ହୋଇ ମଧ୍ୟ ତାଙ୍କ କାର୍ଯ୍ୟରେ ପଛେଇ ନାହାନ୍ତି। ତାଙ୍କୁ ପୁରସ୍କୃତ କରାଯିବ ବୋଲି ଶୁଣି ବହୁତ ଭଲ ଲାଗିଲା।”



from Odisha Reporter https://ift.tt/3cqSlUV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages