ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ରୁଷ ଠାରୁ ଭେଣ୍ଟିଲେଟର କିଣିବ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ରୁଷ ଠାରୁ ଭେଣ୍ଟିଲେଟର କିଣିବ ଆମେରିକା

ୱାଶିଂଟନ: ବିଶ୍ୱର ଅନ୍ୟତମ ସୁପର ପାୱାର ଆମେରିକା ସ୍ଥିତି କରୋନା ଯୋଗୁ ଅସମ୍ଭାଳ ହୋଇପଡ଼ିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାଖରେ ପହଞ୍ଚି ଥିବା ବେଳେ ମୃତ୍ୟୃସଂଖ୍ୟା ୫ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଏଠାରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କୁ ଆମେରିକା ପ୍ରଶାସନ ଉପଯୁକ୍ତ ମେଡିକାଲ ସେବା ଯୋଗାଇ ପାରୁନାହାନ୍ତି। ରୋଗୀଙ୍କ ସଂଖ୍ୟା ଆମେରିକା ପାଖରେ ଥିବା ମେଡିକାଲ ସାମଗ୍ରୀ ଠାରୁ ଯଥେଷ୍ଟ ଅଧିକ ରହିଛି। ଫଳରେ ଏହି ଅଭାବକୁ ଦୂର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି।

ଏହାପରେ ରୁଷ ଠାରୁ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ କିଣିବାକୁ ଆମେରିକା ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୩୦ରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଥିଲା। ଉଭୟ କୋଭିଡ୍‌-୧୯କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକା ଭେଣ୍ଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ସହ ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପମେଣ୍ଟ କିଣିବାକୁ ସହମତି ପ୍ରକାଶ କରିଛି। ଏହିସବୁ ସାମଗ୍ରୀ ନ୍ୟୁୱର୍କ ସିଟିରେ ଥିବା ଏଫଇଏମଏକୁ ଦିଆଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/347HvAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages