କରୋନାକୁ ହରାଇ ଅଫିସ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

କରୋନାକୁ ହରାଇ ଅଫିସ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଯୁଦ୍ଧରେ ବିଜୟୀ ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ସୋମବାର କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ତିନି ସପ୍ତାହ ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ନିଜ ଘରେ ଏକାନ୍ତବାସରେ ରହିବା ସହିତ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ହସ୍ସିଟାଲରେ ଭର୍ତ୍ତି ହୋଇଥିଲେ।

ସେ ଭେଣ୍ଟିଲେଟରରେ ମଧ୍ୟ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧୨ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ଦୁଇ ସପ୍ତାହ ପାଇଁ ନିଜ ଘରେ ଏକାନ୍ତବାସରେ ରହିଥିଲେ ବୋରିଶ। ନିକଟରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରେଜଲ୍ଟ ନେଗେଟିଭ୍ ଆସିଥିଲା। ଅଫିସରେ ଯୋଗ ଦେବା ପୂର୍ବରୁ ସେ ତାଙ୍କର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନେଇଥିଲେ। ବୋରିଶଙ୍କ ଅନୁପସ୍ଥିତିରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡମିନିକ ରାବ ଦାୟିତ୍ୱ ତୁଲାଉଥିଲେ।



from Odisha Reporter https://ift.tt/2xcdP9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages