୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଆଉ ୫ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି।

ନୂଆ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ି ନ ଥିବା ବେଳେ ସରକାର ୧୦୩ ନମ୍ୱର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ସରକାର । ଏହି ଆକ୍ରାନ୍ତଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ନାଲାରୋଡ୍‌ ଅଞ୍ଚଳର ଜଣେ ୬୦ ବର୍ଷୀୟ ବୃଦ୍ଧ।

ଦେଶରେ ଲକ୍ଡ଼ାଉନ ଜାରି ହେବା ପରେ ସେ ଗତ ୨୨ ମାର୍ଚ୍ଚରୁ  ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ଗତ ୨୧ ତାରିଖରେ ତାଙ୍କ ନିକଟରେ ସାଧାରଣ ଥଣ୍ଡାର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ସେ ରାଉରକେଲାରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ ।

ଗତ ୨୩ ତାରିଖରେ ରାଉରକେଲାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲର ଆଇସୋସେଲନ ଓ୍ୱାର୍ଡରେ ତାଙ୍କୁ ରଖାଯାଇଥିଲା । ଗତ ୨୫ ତାରିଖରେ ତାଙ୍କର ନମୁନା ପଜିଟିଭ ପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ତେବେ ସେ କିପରି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

ସୂଚନା ଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୨ ଜଣ ବିଶ୍ରା ବ୍ଲକ୍ ଅନ୍ତର୍ଗତ ଗୁଡ଼ଗୁଡ଼ଜୋର ବାସିନ୍ଦା। ଆଉ ଜଣେ ଥିଲେ ରାଉରକେଲାର ନାଲାରୋଡ୍‌ରୁ ଥିଲେ।



from Odisha Reporter https://ift.tt/2yKnrsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages