ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିପ୍ସ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଦେଶବାସୀଙ୍କୁ ଏ ସମ୍ପର୍କରେ ସୂଚନା ଦେବା ବେଳେ ମୋଦି କିଛି ହେଲଥ ଟିପ୍ସ ମଧ୍ୟ ଦେଇଛନ୍ତି। ବିଶେଷ କରି କରୋନା ସହ ଲଢ଼େଇ କରିବାକୁ ହେଲେ ସମସ୍ତଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦରକାର।

ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମୋଦି ଦେଶବାସୀଙ୍କୁ ଉଷୁମ ପାଣି ଓ କାଢ଼ା ପିଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ ପାଳନ କରିବାକୁ ମଧ୍ୟ କହିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଲୋକମାନେ କେମିତି ଫିଟ ରହିବେ ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ, ସେ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ଜାରି କରିଥାଏ।

ମୋଦି ତାଙ୍କ ଉଦବୋଧନ ବେଳେ କହିଛନ୍ତି, “କରୋନା ଯୁଦ୍ଧ ଲଢ଼ିବାକୁ ହେଲେ ଫିଟ ଓ ସତର୍କ ରହିବାକୁ ପଡ଼ିବ। ନିୟମିତ ଭାବେ ଉଷୁମ ପାଣି ଓ କାଢ଼ା ପିଇବା ଦ୍ୱାରା ସ୍ୱାଭାବିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସମସ୍ତେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ପାଳନ କରନ୍ତୁ।”

କାଢ଼ା ହେଉଛି ଏକ ଆର୍ୟୁବେଦ ପାନୀୟ। ତୁଳସୀ ଠାରୁ ଆରମ୍ଭ କରି ଅଦା ଆଦିରୁ କାଢ଼ା ପ୍ରାୟତଃ ପ୍ରସ୍ତୁତ କରାଯାଏ। ଏହାକୁ ଥଣ୍ଡା, କାଶ ଓ କଫ ବେଳେ ପିଇଲେ ଆଶ୍ୱସ୍ତି ମିଳିଥାଏ।



from Odisha Reporter https://ift.tt/2y89sMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages