ସଂକ୍ରମଣ ଭୟରେ ଡାକ୍ତରଙ୍କ ଶବଦାହକୁ ବିରୋଧ ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ସଂକ୍ରମଣ ଭୟରେ ଡାକ୍ତରଙ୍କ ଶବଦାହକୁ ବିରୋଧ ପ୍ରଦର୍ଶନ

ଚେନ୍ନାଇ: କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଥିବା ଜଣେ ଡାକ୍ତରଙ୍କ ଅନ୍ତିମ ସଂସ୍କାରକୁ ନେଇ ସୋମବାର ଚେନ୍ନାଇର ପଶ୍ଚିମ ଉପକଣ୍ଠରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଲକଡାଉନ ନିୟମ ଏବଂ ସାମାଜିକ ଦୂରତ୍ୱ ନିର୍ଦ୍ଦେଶକୁ ଫୁ କରି ଅମ୍ବାଟୁର ବାସିନ୍ଦାମାନେ ସ୍ୱର୍ଗତ ଡାକ୍ତରଙ୍କ ଶବଦାହ କାର୍ଯ୍ୟକୁ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।

ସୂଚନା ଯେ, ଆନ୍ଧ୍ରପ୍ରଦେଶର ନେଲୋର ବାସିନ୍ଦା 60 ବର୍ଷୀୟ ଡାକ୍ତର ନାରାୟଣ ରେଡ୍ଡୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିଲେ। ସେ ଚେନ୍ନାଇ ଭାନାଗାରାମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ହସ୍ପିଟାଲ କର୍ମଚାରୀମାନେ ଶବର ଅନ୍ତିମ କ୍ରିୟା ପାଇଁ ଅମ୍ବାଟୁର ଶ୍ମଶାନକୁ ଆଣିଥିଲେ।ହେଲେ ସ୍ଥାନୀୟ ଲୋକେ ଏହାର ବିରୋଧ କରିଥିଲେ।

ସ୍ଥାନୀୟ ଲୋକଙ୍କ ଧାରଣା ଥିଲା ଯେ, କରୋନା ଭୂତାଣୁ ସଂକ୍ରମଣଙ୍କ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଶବ ଦାହ କରାଗଲେ ମାରାତ୍ମର ଭୂତାଣୁ ବିସ୍ତାର ହୋଇ ରାଜ୍ୟର ଶହ ଶହ ଲୋକଙ୍କୁ ସଂକ୍ରମିତ କରିବ। ଏଣୁ ସେମାନେ ଏକାଠି ହୋଇ ଏହାର ବିରୋଧ ପ୍ରଦର୍ଶନ କରିଥିଲେ। ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପମେଣ୍ଚ (ପିପିଇ) ସହ ସ୍ୱାସ୍ଥ୍ୟ କର୍ମଚାରୀମାନେ ଶବ ଦାହ କରିବାକୁ ନିଗମର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ହେଲେ ଯଥେଷ୍ଟ ସଂଖ୍ୟାରେ ଭିଡ଼ ଏକାଠି ହୋଇଥିବାକୁ କୌଣସି ସୁଫଳ ମିଳି ନ ଥିଲା।

ପରିସ୍ଥିତି ଅସମ୍ଭାଳ ହୋଇବାରୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଡାକ୍ତରଙ୍କ ମୃତଦେହକୁ ଆମ୍ୱୁଲାନ୍ସ ଯୋଗେ ସେଠାରୁ ନେଇ ଚାଲିଆସିଥିଲେ ଏବଂ ରାଜ୍ୟ ପୋଲିସଙ୍କୁ ଏନେଇ ସହଯୋଗ ଲୋଡ଼ିଥିଲେ। ପରେ ପୋଲିସ ସହାୟତା ଏବଂ ତାମିଲନାଡ଼ୁ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଯୋଗୁ ଥିରୁଭର୍କାଡୁସ୍ଥିତି ଶ୍ମଶାନ ଘାଟରେ ଡାକ୍ତର ରେଡ୍ଡୀଙ୍କ ଶବଦାହ ବିଧି ସମାପନ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2RCnhcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages