ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ମଧ୍ୟ ଯାଇନଥିବା ଜଣାପଡ଼ିଛି। ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।

ସେଥିପାଇଁ ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ।


ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ଅଞ୍ଚଳରେ ପହଞ୍ଚାଇ ଦିଆଯିବ। କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିବ। ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି।



from Odisha Reporter https://ift.tt/39Yjo8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages