ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାଇନା କେନ୍ଦ୍ରୀତ ହୋଇଥିବା ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାଇନା କେନ୍ଦ୍ରୀତ ହୋଇଥିବା ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସମାଲୋଚନା କରିଛନ୍ତି। ଡବ୍ଲ୍ୟୁଏଚଓର ନିଷ୍ପତ୍ତି ଚାଇନା କେନ୍ଦ୍ରୀତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଡବ୍ଲ୍ୟୁଏଚଓ ପାଣ୍ଠିକୁ ଆମେରିକା ବଡ଼ ପରିମାଣର ପାଣ୍ଠି ଯୋଗାଇଥାଏ। ଏବେ ଏହି ପାଣ୍ଠି ଉପରେ ସେ ରୋକ୍ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ପାଣ୍ଠିର ପରିମାଣ ଉପରେ କିଛି ସ୍ପଷ୍ଟ କରି ନାହାନ୍ତି ଡୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପ ନିଜ ଟୁଇଟର ଆକାଉଣ୍ଟରେ ଏ ବାବଦରେ ଉଲ୍ଲେଖ କରି କହିଛନ୍ତି, ନିକଟରେ ଆମେରିକା ଚାଇନା ସୀମା ଖୋଲିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଥିଲା। ହେଲେ ସେ ଏଭଳି ପ୍ରସ୍ତାବକୁ ସେ ଖାରଜ କରିଥିଲେ। ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କୁ ସମାଲୋଚନା କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏଭଳି ସମାଲୋଚନା ଭୁଲ୍ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଏଭଳି ମନ୍ତବ୍ୟ ନେଇ ଆମେରିକା ରାଷ୍ଟ୍ରପତି ପରେ ସ୍ପଷ୍ଟୀକରଣ ରଖିଛନ୍ତି, ସେ କହିଛନ୍ତି ଆର୍ଥିକ ପାଣ୍ଠି ରୋକ୍ ଲଗାଇ ନାହାନ୍ତି ବରଂ ଏବାବଦରେ ବିଚାର ବିମର୍ଶ କରି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆମେରିକା ସିନେଟର ବୈଦେଶିକ କମିଟିର ଅଧ୍ୟକ୍ଷ ସିନେଟର ଜିମ ରିଚ କୋଭିଡ-୧୯ ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିଷ୍ପତ୍ତି ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଚାଇନାର କମ୍ୟୁନିଷ୍ଟ ସରକାର କରୋନା ଭାଇରସକୁ ନେଇ ଯେଉଁ ଭୁଲ୍ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହାକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ୨୪ ଜଣ ସାଂସଦ ଦାବି କରିଛନ୍ତି। ଆମେରିକାର ଏହି ସାଂସଦମାନେ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରରେୟେସୁସଙ୍କ ଇସ୍ତଫା ଦାବି କରିବା ସହିତ ପାଣ୍ଠି ଯୋଗାଣ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି।

କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ ଏଯାବତ ୧୨,୮୫୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ହେଲେ ଏହି ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାର ଉହାନ ସହର ଏବେ ସ୍ୱାଭାବିକ ହୋଇଛି। ସପ୍ତାହେ ହେବ ଏଠାରେ କେହି ଆକ୍ରାନ୍ତ କିମ୍ୱା ମୃତ୍ୟୁ ବରଣ କରି ନାହାନ୍ତି।



from Odisha Reporter https://ift.tt/34jor2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages