ବୈଜୟନ୍ତଙ୍କ ଉଦ୍ୟମରେ ଗୁଣ୍ଟୁରରେ ଫସିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ବୈଜୟନ୍ତଙ୍କ ଉଦ୍ୟମରେ ଗୁଣ୍ଟୁରରେ ଫସିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରିଛି । ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି।

ବିଭିନ୍ନ କଂପାନିରେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୨୫୦ ଜଣ ଓଡ଼ିଆ ଲକ୍‌ଡାଉନ୍‌ ଯୋଗୁଁ ଗୁଣ୍ଟୁରରେ ଫସି ରହିଥିଲେ । ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସେମାନେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ। ଏନେଇ ବୈଜୟନ୍ତ ଗୁଣ୍ଟୁର ବିଜେପି ଓବିସି ମୋର୍ଚ୍ଚା ସଭାପତି ଜେ. ରମ୍ମୁଙ୍କୁ ଜଣାଇଥିଲେ ।

ବୈଜୟନ୍ତଙ୍କ ନିର୍ଦ୍ଦେଶ ପରେ ରେମ୍ମୁଙ୍କ ନେତୃତ୍ୱରେ ବିଜେପି କର୍ମୀ ଖାଦ୍ୟ ସାମଗ୍ରୀ ନେଇ ଓଡ଼ିଆଙ୍କ ପାଖରେ ପହଞ୍ଚାଇଥିଲେ । ଭୋକ ଉପାସରେ ଥିବା ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇ ଦେଇଥିବାରୁ ଆନ୍ଧ୍ର ପ୍ରଦେଶ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବୈଜୟନ୍ତ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।



from Odisha Reporter https://ift.tt/2xdvrl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages