କରୋନା: ଆମେରିକାରେ ଗୋଟିଏ ଦିନରେ ୨ ହଜାରରୁ ଅଧିକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

କରୋନା: ଆମେରିକାରେ ଗୋଟିଏ ଦିନରେ ୨ ହଜାରରୁ ଅଧିକଙ୍କ ମୃତ୍ୟୁ

ଓ୍ୱାଶିଂଟନ: ଆମେରିକାରେ ବେକାବୁ ହୋଇଛି କିଲର କରୋନା ଭାଇରସ। ଶୁକ୍ରବାର ଗୋଟିଏ ଦିନରେ ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ଘାତକ କୋଭିଡ-୧୯। ଆମେରିକାରେ ସ୍ଥିତି ଏଭଳି ହୋଇଛି ଯେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପୂର୍ବଦିନର ରେକର୍ଡ ଅତିକ୍ରମ କରୁଛି। ଯାହାକି ଆମେରିକା ବ୍ୟତୀତ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ।

ଜନ ହାପିକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଏହି ଭାଇରସରେ ଆମେରିକାର ୨୧୦୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆମେରିକାରେ ମୋଟ ମୃତକଙ୍କ ସଂଖ୍ୟା ୧୮,୫୮୬ ଛୁଇଁଛି। କୁହାଯାଉଛି ଆମେରିକା ପାଇଁ ଆଗାମୀ ଦିନରେ ଆହୁରି ବଡ଼ ଚ୍ୟାଲେଞ୍ଜ ରହିବ।

ଯଦି ଏଭଳି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବ ତାହେଲେ ଇଟାଲୀ ଅପେକ୍ଷା ଆମେରିକାର ମୃତ୍ୟୁ ସଂଖ୍ୟା ଅଧିକ ହୋଇଯିବ। ଏବେ ଆମେରିକାରେ ୫୦୨,୮୭୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଆମେରିକାରେ ଏଯାବତ ୨୭, ୩୧୪ ଜଣ ହସ୍ପିଟାଲରୁ ସୁସ୍ଥ ହୋଇଥିବା ସୂଚନା ରହିଛି। ଆମେରିକାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କ ସହରର। ଏଯାବତ ନ୍ୟୁୟର୍କରେ ୫,୮୨୦ ଜଣଙ୍କର ମୃତ୍ୟୁ ଘଟିଛି। ୯୨ ହଜାର ସଂକ୍ରମିତ ହୋଇଛନ୍ତି। ଏହାପରେ ନସାଉ କାଉଣ୍ଟିରେ ୭୨୩ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ ବିଶ୍ୱର ୨୧୦ଟି ଦେଶରେ ୧,୬୯୯,୬୩୧ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୨,୭୩୪ ରହିଛି। ସେହିପରି ହସ୍ପିଟାଲରୁ ଡିସଚାର୍ଜ ହୋଇଛି ୩୭୬,୩୨୭ ରହିଛି।



from Odisha Reporter https://ift.tt/3c7vbD2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages