ଲକ୍‌ଡାଉନ୍‌କୁ ବିଜେପି ନେତାଙ୍କ ଫୁ, କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ଲକ୍‌ଡାଉନ୍‌କୁ ବିଜେପି ନେତାଙ୍କ ଫୁ, କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ପୁଲିସ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର ଶାସକ ଦଳର ବିଧାୟକ ତଥା ବିଜେପି ନେତା ଏ.ଏସ ଜୟରାମ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଯେଉଁଥିରେ ପରିବାର ଲୋକଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ। ଲକଡାଉନ୍ ବେଳେ ଜନ୍ମଦିନ ପାଳନ କରି କେନ୍ଦ୍ର ସରକାରଙ୍କ ନିୟମକୁ ଭାଙ୍ଗିଛନ୍ତି ଏହି ବିଧାୟକ। ଶୁକ୍ରବାର ଦିନ ତୁମକୁରୁ ଜିଲ୍ଲାର ଗୁବି ଥାନା ଅଧିନରେ ଥିବା ଅଙ୍କଲାକୁପେ ଗାଁର ଗୋଟିଏ ଘରେ ଏହି ଜନ୍ମଦିନ ପାଳନ କରିଛନ୍ତି ବିଜେପି ବିଧାୟକ ଏ.ଏସ ଜୟରାମ।

ଜନ୍ମଦିନର କେକ କାଟିଲାବେଳେ ଏହି ବିଜେପି ନେତା ଜଣଙ୍କ କାନ୍ଧରେ ବିଜେପିର ଦଳୀୟ ପତାକାର ଏକ ଉତ୍ତରୀୟ ପକାଇଥିବାବେଳେ ଲୋକଙ୍କ ମଧ୍ୟରେ ଛିଡ଼ା ହୋଇଥିଲେ। ହେଲେ ହାତରେ କିନ୍ତୁ ଗ୍ଲୋଭସ ପିନ୍ଧି ଛୋଟ ଛୁଆଙ୍କୁ କେକ୍ ଦେଉଥିବା ଦେଖିବାକୁ ମିଳିଛି।

ଲକଡାଉନ୍ ବେଳେ କୌଣସି ଧାର୍ମିକ ସମ୍ମିଳନୀ ପାଇଁ ବାରଣ ରହିଥିବାବେଳେ ଏହି ବିଧାୟକ ଜଣଙ୍କ ନିଜ ଜନ୍ମଦିନ ସହିତ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରିଛନ୍ତି। ଶତାଧିକ ଲୋକଙ୍କୁ ଅନଞ୍ଜନେୟା ସ୍ୱାମୀ ମନ୍ଦିରରେ ଏକାଠି ବସାଇ ଖାଇବାକୁ ଦେଇଥିବା ଗୁବି ଥାନାଧିକାରୀ ପି.ଏମ୍ ନଗରାଜ କହିଛନ୍ତି। ତେବେ ବିଜେପି ବିଧାୟକ ଜଣଙ୍କ ଲକଡାଉନ୍ ନିୟମ ସହିତ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ କରୁଥିବା ଅଭିଯୋଗକୁ ପୁଲିସ ଅଧିକାରୀ ଜଣଙ୍କ ସ୍ୱୀକାର କରିନାହାନ୍ତି। ରାଜ୍ୟ ଓ କେନ୍ଦ୍ରର ଶାସକ ଦଳର ନେତା ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି। ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧି ଏ ବାବଦରେ ବିଧାୟକଙ୍କ ମତ ଜାଣିବାକୁ ଫୋନ୍ କରିଥିଲେ। ହେଲେ ଗତକାଲି ରାତି ପାଖରୁ ବିଧାୟକଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି।

କର୍ଣ୍ଣାଟକରେ ଏଯାବତ ୨୦୭ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୭୦ଜଣ ଚିକିତ୍ସାଧୀନ ରହିଛନ୍ତି। ୬ ଜଣଙ୍କର ମୃତ୍ୟୁ ଘଟିଛି। ୩୧ ଜଣ ହସ୍ପିଟଲାରୁ ଡିସଚାର୍ଜ ହୋଇଛନ୍ତି।



from Odisha Reporter https://ift.tt/2VjbUI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages