ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ବରହମପୁର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁରୁ କଣ୍ଟେନମେଣ୍ଟ ଜୋନ୍ ଉଠିଛ। ଗାଁର ଜଣେ ଅଢ଼େଇ ବର୍ଷର ଶିଶୁ କନ୍ୟା କରୋନା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁର ୭ଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଥିଲା।
ଏପ୍ରିଲ୍ ୨୦ରୁ ୨୭ ତାରିଖ ଯାଏ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଆଉ ଏହି ସମୟରେ ଆକ୍ରାନ୍ତଙ୍କ ଘର ଲୋକଙ୍କ ସମେତ ଗ୍ରାମବାସୀଙ୍କ ସ୍ୱାପ୍ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ଆଜି କଣ୍ଟେନମେଣ୍ଟ ଅବଧି ସରିବା ପରେ ଏହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ରୁ ମୁକ୍ତ ହୋଇଛି। ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏଠାରେ ଲକ୍ ଡାଉନ୍ ସ୍ଥିତି ବଳବତ୍ତର ରହିବ।
from Odisha Reporter https://ift.tt/3bJcmGr
No comments:
Post a Comment