ଅକ୍ଷୟ ତୃତୀୟାରେ ପଡ଼ିଥାନ୍ତା ହାତ ଗଣ୍ଠି, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଅକ୍ଷୟ ତୃତୀୟାରେ ପଡ଼ିଥାନ୍ତା ହାତ ଗଣ୍ଠି, ହେଲେ…

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଅକ୍ଷୟ ତୃତୀୟା ପରି ପବିତ୍ର ଦିନରେ ପଡ଼ିଥାନ୍ତା ହାତଗଣ୍ଠି। ଜୀବନର ନୂଆ ଅଧ୍ୟାୟକୁ ଖୁବ୍‌ ଧୁମଧାମରେ ଆରମ୍ଭ କରିଥାନ୍ତେ। ଏଥିନିମନ୍ତେ ଉଭୟ ପକ୍ଷ ରାଜି ଥିଲେ। ସବୁ ପ୍ରସ୍ତୁତି ସରିଥିଲା । ହେଲେ ବର ବେଶରେ ସାଙ୍ଗସାଥୀଙ୍କ ଗହଣରେ ଗାଁ ଦାଣ୍ଡ ଫଟାଇ କନିଆ ଘରକୁ ଯିବା ପରିବର୍ତ୍ତେ ଖରାରେ ଛିଡ଼ା ହୋଇ ଡ୍ୟୁଟି କରୁଥିଲେ ବ୍ରହ୍ମପୁର ସଦର ଥାନା ଏସ୍‌ଆଇ ବିଭୂତି ଭୂଷଣ ସେଠୀ।

କରୋନା ଯୋଗୁ ସବୁ ଅଟକି ଗଲା। ଏଥିନିମନ୍ତେ କିନ୍ତୁ ତାଙ୍କ ମନରେ କୌଣସି ଅନୁଶୋଚନା ନ ଥିଲା। କେବଳ ବିଭୂତି ନୁହନ୍ତି ତାଙ୍କ ଭାବି ପତ୍ନୀ  ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଏସ୍‌ଆଇ ସସ୍ମିତା ସେଠୀ ମଧ୍ୟ ଏପରି ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଜଣାଇ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି।

ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ସ୍ୱତପ୍ରବୃତ୍ତ ଭାବେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଏପରି ନିଷ୍ପତ୍ତି ନେଇଛନ୍ତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଉଭୟ ବିଭୂତି ଓ ସସ୍ମିତା। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ୨ ପୁଲିସ୍‌ ଅଧିକାରୀ ଏପରି ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା, ସେମାନଙ୍କ ମଧ୍ୟରେ ସଚେତନତାକୁ ପ୍ରାଥମିକତା ଦେଇଛନ୍ତି ସେମାନେ।

ବିଭୂତି ଓ ସସ୍ମିତା ଗତକାଲି ଅକ୍ଷୟ ତୃତୀୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ପଡ଼ିଥାନ୍ତା ହାତ ଗଣ୍ଠି । ଏଥିନିମନ୍ତେ ନିମନ୍ତ୍ରଣ ପତ୍ର ଛପା ସରିଥିଲା। ବନ୍ଧୁବାନ୍ଧବଙ୍କୁ କୁହା ସରିଥିଲା। ଧୁମଧାମରେ ହୋଇଥାନ୍ତା ବାହାଘର। ବନ୍ଧୁବାନ୍ଧବ, ସାହି ପଡ଼ିଶାଙ୍କ ଗହଳି ସହ ଭୋଜିଭାତ ଆସରରେ ଫାଟି ପଡ଼ୁଥାନ୍ତା ଘର ଦାଣ୍ଡ। ହେଲେ କରୋନା ଯୋଗୁ ସବୁ ଅଟକି ଗଲା।

ଅକ୍ଷୟ ତୃତୀୟାରେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ବିଭୂତି କିନ୍ତୁ ସବୁଦିନ ପରି ଗତକାଲି ସକାଳୁ ନିଜ ଡ୍ୟୁଟିରେ ବାହାରି ପଡ଼ିଥିଲେ। ଖରାରେ ରାସ୍ତାରେ ଛିଡ଼ା ହୋଇ ଗାଡ଼ି ଚେକିଂଠୁ ଆରମ୍ଭ କରି ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବା ଆଦି ନିଜର ସମସ୍ତ କର୍ତ୍ତବ୍ୟକୁ ଖୁବ୍‌ ଭଲ ଭାବେ ସମ୍ପାଦନ କରିଥିଲେ।

ଏ ସମ୍ପର୍କରେ ଏସ୍‌ଆଇ ବିଭୂତି ସେଠୀ କହିଛନ୍ତି, “କରୋନା ପରି ମହାମାରୀ ସମୟରେ ଆମେ ଦୁହେଁ ବିବାହ ଅପେକ୍ଷା ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଛୁ। ପ୍ରଥମେ ଦୁଃଖ ଲାଗିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ  ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଲୁ । ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଉଭୟ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ। ଲୋକଙ୍କ ଭଲ ପାଇବା, ଆଶିର୍ବାଦ ପାଉଛୁ। ତା’ ଠୁ ବଡ଼ କିଛି ନୁହେଁ। ବାହାଘର ଆଜି, ନ ହେଲେ କାଲି ହେବ।  ଲୋକମାନେ ଖୁସିରେ ରହିଲେ ଆମେ ବି ଖୁସିରେ ରହିବୁ। ସ୍ଥିତି ସୁଧୁରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବୁ।”



from Odisha Reporter https://ift.tt/357S6vH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages