‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଦାନ କଲେ ସୈଫିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଦାନ କଲେ ସୈଫିନା

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ସେମାନେ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅର୍ଥ ଦାନ କରୁଛନ୍ତି। ଆଉ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଓ ତାଙ୍କ ଅଭିନେତ୍ରୀ ପତ୍ନୀ କରୀନା କପୁର ଖାନ୍।

View this post on Instagram

🙏🏻🙏🏻

A post shared by Kareena Kapoor Khan (@kareenakapoorkhan) on

କରୀନା ନିଜ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ମହାରାଷ୍ଟ୍ର)କୁ ସହଯୋଗର ହାତ ବଢ଼ାଇଛୁ। ଏହି ସମୟରେ ପ୍ରତ୍ୟେକ ସାହାଯ୍ୟ ଓ ପ୍ରତି ଟଙ୍କା ମୂଲ୍ୟବାନ। ଆପଣ ମଧ୍ୟ ଯେଉଁଠାରେ ସମ୍ଭବ ସାହାଯ୍ୟ କରନ୍ତୁ।”

View this post on Instagram

🙏🏻

A post shared by Kareena Kapoor Khan (@kareenakapoorkhan) on

ଏହି ପୋଷ୍ଟରେ କରୀନା ଓ ସୈଫ୍ କେତେ ଦାନ କରିଛନ୍ତି, ସେ ବିଷୟରେ କିଛି ଉଲ୍ଲେଖ ନାହିଁ। କିନ୍ତୁ ଏହି ଦାନ ପୂର୍ବରୁ ସେମାନଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଇଥିଲା। କାରଣ ସେମାନେ ୟୁନିସେଫ, ଗିଭ ଇଣ୍ଡିଆ ଏବଂ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ହ୍ୟୁମାନ ଭାଲ୍ୟୁ(AHV) ଭଳି ସଂଗଠନକୁ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଇଥିଲେ ବି ‘ପିଏମ୍‌ କେୟାର୍‌ସ ଫଣ୍ଡ’ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ନଥିଲେ। ତେଣୁ ଲୋକମାନେ ତାଙ୍କୁ ଟ୍ରୋଲ୍ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର୍ସ ଫଣ୍ଡକୁ ଦାନ ନ କରି ଗ୍ଲୋବାଲ୍ ଏଜେନ୍ସିଗୁଡ଼ିକୁ ଦାନ କରିଥିବାରୁ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିଥିଲେ। ଅବଶ୍ୟ କେହି କେହି ସେମାନଙ୍କୁ ପ୍ରଶଂସା ବି କରିଥିଲେ। ତେଣୁ କରୀନା ଓ ସୈଫ୍ ‘ପିଏମ କେୟାର୍‌ସ ଫଣ୍ଡ’ ଓ ‘ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି’କୁ ଦାନ କରି ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି ବୋଲି କୁହାଯାଉଛି।



from Odisha Reporter https://ift.tt/3470niO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages