ସୁନ୍ଦରଗଡ଼ ଜିଲ୍ଲାରେ ୨ କରୋନା ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ସୁନ୍ଦରଗଡ଼ ଜିଲ୍ଲାରେ ୨ କରୋନା ପଜିଟିଭ୍ ଚିହ୍ନଟ

ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ ଟ୍ୱିଟ୍ କରି କେବଳ କୁହାଯାଇଥିଲା ଯେ ଆଉ ୪ଟି କୋଭିଡ୍ ୧୯ ମାମଲା ଆସିଛି। ସେହିପରି ଆକ୍ରାନ୍ତ ଦ୍ୱୟ ଜିଲ୍ଲାର କେଉଁ ଅଞ୍ଚଳର, ସେ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କିଛି ସୂଚନା ଦେଇନି।

ଆଉ ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି। ପଶ୍ଚିମ ଓଡ଼ିଶାରେ ପ୍ରଥମେ କଳାହାଣ୍ଡିରୁ ଜଣେ ଯୁବକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ। କଳାହାଣ୍ଡିରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।



from Odisha Reporter https://ift.tt/2VlMARF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages