ନୂଆଦିଲ୍ଲୀ: କରୋନାକୁ ନେଇ ସବୁଠି ଚିନ୍ତା। ଅଷ୍ଟ୍ରେଲିଆରେ ବି ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେଠାରେ ସରକାର କଡ଼ା କଟକଣା ଜାରି କରାଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ତା’ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅଷ୍ଟ୍ରେଲିଆ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି। କେବଳ ଗ୍ରୋସରୀ ପାଇଁ ଜଣେ ଘରୁ ବାହାରକୁ ଯାଇପାରିବ। ତେବେ ଭାରତ ଭଳି ସେଠାରେ ସଂପୂର୍ଣ୍ଣ ଲକ୍ଡାଉନ୍ କରାଯାଇନଥିଲେ ବି ଲୋକେ ସରକାରଙ୍କ କଟକଣାକୁ ମାନୁଛନ୍ତି। ଓ୍ୱାର୍କ ଫ୍ରମ ହୋମ୍ ଓ ଅନଲାଇ ଏଜୁକେସନ୍ ଭଳି ବ୍ୟବସ୍ଥା କରାଯାଇଛି। ପବ୍ଲିକ ଟ୍ରାନ୍ସପୋର୍ଟ ଚାଲୁଥିଲେ ବି ଲୋକେ ଏହାକୁ ବ୍ୟବହାର କରୁନାହାନ୍ତି। ପୁଲିସ୍ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରିଛି। ଯଦି କେହି କଟକଣାକୁ ଭାଙ୍ଗିଲା, ତା’ହେଲେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି।
from Odisha Reporter https://ift.tt/3eiT7p4
No comments:
Post a Comment