ପାଖରେ ଟଙ୍କା ନାହିଁ, ସାଇକେଲରେ ଛତିଶଗଡ଼ରୁ ବାହାରିଲେ କୋଣାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ପାଖରେ ଟଙ୍କା ନାହିଁ, ସାଇକେଲରେ ଛତିଶଗଡ଼ରୁ ବାହାରିଲେ କୋଣାର୍କ

ସୋନପୁର( ରବୀନ୍ଦ୍ର ହୋତା ): କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ ଚାଲିଛି। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ବହୁ  ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଛନ୍ତି ୪ ଯୁବକ।

ପୁରୀ ଜିଲ୍ଲା କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ  କଂପାନୀରେ କାମ କରୁଥିଲେ। କଂପାନୀ ପାଖରୁ ୨ମାସର ଦରମା ମିଳି ନଥିବାବେଳେ ପାଖରେ ଟଙ୍କା ମଧ୍ୟ ସରିଗଲାଣି।  ଏପରି  ସମୟରେ  କଂପାନୀ ଦେଇଥିବା ସାଇକେଲ ଚଢି  ରାୟପୁରରୁ କୋଣାର୍କ ବାହାରିଛନ୍ତି ଏହି ୪ ଯୁବକ।

ତିନି ଦିନ ସାଇକେଲ ଯାତ୍ରା ପରେ ଏଇ ଯୁବକମାନେ ଗତକାଲି  ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପହଞ୍ଚିଥିଲେ। ରାସ୍ତାକଡରେ ଏକ ଗଛତଳେ ବିଶ୍ରାମ ନେଇଥିବାବେଳେ କିଛି ସ୍ୱେଚ୍ଛାସେବୀ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।



from Odisha Reporter https://ift.tt/3alnpnV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages