ଏପ୍ରିଲ ୨୦ରୁ ଆମାଜନ, ଫ୍ଲିପକାର୍ଟ ଭଳି କମ୍ପାନୀ ସମ୍ପୂର୍ଣ୍ଣ ସେବା ଯୋଗାଇବେ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଏପ୍ରିଲ ୨୦ରୁ ଆମାଜନ, ଫ୍ଲିପକାର୍ଟ ଭଳି କମ୍ପାନୀ ସମ୍ପୂର୍ଣ୍ଣ ସେବା ଯୋଗାଇବେ କି?

ନୂଆଦିଲ୍ଲୀ: ସୋମବାର ପାଖରୁ ଅନେକ ସେବା ଉପରୁ ସର୍ତ୍ତମୂଳକ ଭାବରେ ପ୍ରତିବନ୍ଧକ ହଟାଉଛି କେନ୍ଦ୍ର। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ ଆଦି ସଂସ୍ଥା ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି।

ଦେଶରେ ଲକଡାଉନ୍ ଅବଧି ମେ ୩ ଯାଏ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ବ୍ୟବସାୟ କରିପାରିବେ ବୋଲି ଜଣାପଡ଼ିଥିଲା। ହେଲେ ରବିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସମସ୍ତ ଦ୍ୱନ୍ଦ୍ୱ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଜରୁରୀ ସେବା ବାଦ୍ ଏପ୍ରିଲ ୨୦ (ସୋମବାର)ରୁ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

କେନ୍ଦ୍ର ଆଇନ ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏ ନେଇ ରବିବାର ଟୁଇଟ୍ କରି କହିଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ କୃଷି, ମାଛ ଚାଷ ଏବଂ ପଶୁପାଳନ ଅନ୍ତର୍ଭୁକ୍ତ ରହିଛି। ହେଲେ ଏହି ସେବାଗୁଡିକ କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହୋଇ ପାରିବ ନାହିଁ।



from Odisha Reporter https://ift.tt/3aol37A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages