କରୋନା ମୁକାବିଲା: ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ ହୋଇପାରେ ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

କରୋନା ମୁକାବିଲା: ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ ହୋଇପାରେ ଦେଶ

ନୂଆଦିଲ୍ଲୀ: ଦେଶକୁ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକଡାଉନ ନକରି କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ପ୍ରଥମ ଥର ଲକଡାଉନ୍ ଘୋଷଣା କରିଥିଲେ। ଏହି ୨୧ ଦିନିଆ ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେଉଛି।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି। ଶନିବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ପରେ ଆଜି ଲକଡାଉନ୍ ହେବ କି ନାହିଁ ଘୋଷଣା କରିପାରନ୍ତି।

ତେବେ ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ରେଡ୍ ଜୋନ ବୋଲି ଘୋଷଣା କରିପାରନ୍ତି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ଅରେଞ୍ଜ ଜୋନ୍ ବୋଲି ଘୋଷଣା କରିପାରନ୍ତି।

ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି। ସେହିପରି ଗ୍ରୀନ ଜୋନରେ ଅଳ୍ପ କିଛି କଟକଣା ରହିବା ସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ରହିଛି। ଏହି ଗ୍ରୀନ ଜୋନରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ଅନ୍ତର୍ଭୁକ୍ତ କରିପାରନ୍ତି ସରକାର।

ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଥିଲେ। ଏହି ସମୟରେ ଲକଡାଉନ୍ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ବିଭିନ୍ନ ରାଜ୍ୟ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/3cfG5GH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages