ଆମେ ଔଷଧ ପଠାଇବୁ, ରାଜନୀତି କରନି: ଆମେରିକାକୁ ଜବାବ ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଆମେ ଔଷଧ ପଠାଇବୁ, ରାଜନୀତି କରନି: ଆମେରିକାକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଭାରତ ଯଦି କରୋନା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ଲୋରକୁଇନ ଆମେରିକାକୁ ନ ପଠାଇବ, ତା’ହେଲେ ନୂଆଦିଲ୍ଲୀକୁ ଏହାର ପରିମାଣ ଭୋଗିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଥିଲେ। ତେବେ ଟ୍ରମ୍ପଙ୍କ ଏହି ଧମକର ଜବାବ ଭାରତ ପକ୍ଷରୁ ଦିଆଯାଇଛି।

ଭାରତ ପକ୍ଷରୁ କୁହାଯାଇଛି ଯେ ଆମେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଜରୁରୀ ଔଷଧ ପଠାଇବୁ। ସେହିପରି କରୋନା ଯୋଗୁ ଯେଉଁ ଦେଶଗୁଡ଼ିକ ଅଧିକ ପରିମାଣର ପ୍ରଭାବିତ ହେଉଛନ୍ତି ସେମାନଙ୍କୁ ମଧ୍ୟ ଆମେ ସହଯୋଗର ହାତ ବଢ଼ାଇବୁ। ତେବେ ଏହାକୁ ନେଇ କେହି ବି ଅଯଥା ରାଜନୀତି କରନ୍ତୁ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ଆମେ ନିଶ୍ଚିତ ଭାବେ ବିଭିନ୍ନ ପ୍ରକାରର ଜରୁରୀ ଔଷଧ ରପ୍ତାନୀ କରିବୁ। ଏବେ ଆମର ଲକ୍ଷ୍ୟ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ କେମିତି ଔଷଧ ପାଇବେ। ଆମେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଜରୁରୀ ଔଷଧ ପାଇୱ ଲାଇସେନ୍ସ ଦେବୁ।

ତେଣୁ ଏ ସମ୍ପର୍କରେ କୌଣସି ଅନୁମାନ ଲଗାଇବା ବା ରାଜନୀତିକ ଭାଷଣ ଦେବା ଆଦୌ ଠିକ୍ ନୁହେଁ। ଆମେ ଔଷଧ ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଛୁ। ଭାରତ ଉପରେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ପାଇଁ ଅନେକ ଦେଶ ନିର୍ଭର କରନ୍ତି। ଯେଉଁମାନେ ଆମ ଉପରେ ନିର୍ଭର କରଛନ୍ତି, ଆମେ ତାଙ୍କୁ କେବେ ହେଲେ ନିରାଶ କରିବୁ ନାହିଁ।

କୋଭିଡ-୧୯ ଯେଉଁଭଳି ମହାମାରୀର ରୂପ ନେଇଛି, ଏଭଳି ଏକ ସମୟରେ ସାରା ବିଶ୍ୱ ଏକାଠି ହେବାକୁ ପଡ଼ିବ। ସମସ୍ତେ ମାନବିକତାର ପରିଚୟ ଦେବାକୁ ପଡ଼ିବ। ଭାରତ ମଧ୍ୟ ଏହାକୁ ସର୍ବଦା ମନେ ରଖିଛି। ଉପଯୁକ୍ତ ପରିମାଣର ପାରାସିଟମଲ ଓ ହାଇଡ୍ରୋକ୍ଲୋରକୁଇନ ଆମେ ଆମର ସମସ୍ତ ପଡ଼ୋଶୀ ଦେଶକୁ ଦେବାକୁ ଭାରତ ସରକାର ଅନୁମୋଦନ ଦେଇ ସାରିଛନ୍ତି। ଭାରତ କେବେ ହେଲେ ଅଯଥା ବିବାଦ ସୃଷ୍ଟି କରିବାକୁ ଭଲ ପାଏନାହିଁ। ସେହିପରି ଅନ୍ୟ ଦେଶଗୁଡ଼ିକ ମଧ୍ୟ ବିବାଦ ସୃଷ୍ଟି କରନ୍ତୁ ନାହିଁ।”

କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ।

ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅର୍ଥାତ ଏହାର ରପ୍ତାନୀ କେତେ ହେବେ ଓ ଭାରତରେ ଏହା ପର୍ଯ୍ୟାପ୍ତ ପରିମାଣର ରହିଛି କି, ତା’ର ତର୍ଜମା ବୈଦେଶିକ ମନ୍ତ୍ରଣାଳୟ କରିବ। ବୈଦେଶିକ ମନ୍ତ୍ରଣାଳୟ ଓ ଫାର୍ମାସିଟିକାଲ ବିଭାଗ ଭାରତ ପାଇଁ ଆବଶ୍ୟକ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ରଖିବା ପରେ ଏହାର ରପ୍ତାନୀ ପାଇଁ ଅନୁମତି ଦେବ। ହାଇଡ୍ରୋକ୍ଲୋରକୁଇନ ଉତ୍ପାଦନ ଓ ରପ୍ତାନୀ କରିବାରେ ଭାରତ ବିଶ୍ୱର ୧ନଂ ଦେଶ।

ଏହି କାରଣରୁ ଆମେରିକା ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ, ଇସ୍ରାଏଲ, ବାହାରିନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ମଧ୍ୟ ଭାରତକୁ ଔଷଧ ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ହଟାଇବା ପାଇଁ ନିବେଦନ କରିଥିଲେ। ବିଶେଷ କରି କ୍ଲୋରକୁଇନ ରପ୍ତାନୀକୁ ଆରମ୍ଭ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ ମଧ୍ୟ କରିଥିଲେ।



from Odisha Reporter https://ift.tt/3dXkeG1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages