ଶେଷରେ କରୋନା ଉପରେ ଆଲୋଚନା କରିବ ଜାତିସଂଘର ସୁରକ୍ଷା ପରିଷଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଶେଷରେ କରୋନା ଉପରେ ଆଲୋଚନା କରିବ ଜାତିସଂଘର ସୁରକ୍ଷା ପରିଷଦ

ମିଳିତ ଜାତିସଂଘ: ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଉପରେ ଆଲୋଚନା କରିବା ପାଇଁ ଶେଷରେ ଜାତିସଂଘର ସୁରକ୍ଷା ପରିଷଦ ରାଜି ହୋଇଛି। ଆସନ୍ତା ଗୁରୁବାର ଏହା ଉପରେ ଆଲୋଚନା ହେବ। ବିଶ୍ୱରେ ୭୪ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା କରୋନା ଭାଇରସ ଉପରେ ଜରୁରୀ ବୈଠକ କରିବା ପାଇଁ ଏକାଧିକ ଦେଶ ବାରମ୍ବାର ଦାବି କରି ଆସୁଥିଲେ।

ହେଲେ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଯୋଗୁ ପରିଷଦର ବୈଠକ ବସି ପାରୁ ନଥିଲା। ହେଲେ ଏବେ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ମାସ ପାଇଁ ପରିଷଦର ସଭାପତି ଭାବେ କାର୍ଯ୍ୟ କରୁଥିବା ଡୋମିକାନ ରିପ୍ଲବିକ କହିଛି, “ଶେଷରେ ଗୁରୁବାର ପରିଷଦର ବୈଠକ ବସିବାକୁ ନିଷ୍ପତ୍ତି ହୋଇଛି।

ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍‌-୧୯ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ମଧ୍ୟ ଏଥିରେ ଯୋଗଦେବେ।” ତେବେ ବୈଠକ ପରେ ଗଣାମଧ୍ୟମକୁ କୌଣସି ବିବୃତି ଜାରି କରାଯିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2wXw4zf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages