ବେବୋଙ୍କୁ କ୍ୱାରେଣ୍ଟାଇନ୍ ଗିଫ୍ଟ ଦେଲେ ସୈଫ୍-ତୈମୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ବେବୋଙ୍କୁ କ୍ୱାରେଣ୍ଟାଇନ୍ ଗିଫ୍ଟ ଦେଲେ ସୈଫ୍-ତୈମୁର

ମୁମ୍ବାଇ: ଲକଡାଉନ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ଵଲିଉଡ୍ କଳାକାରମାନେ ସୋଶାଲ ମିଡିଆରେ ପ୍ରାୟ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁଛି। ଆଉ ଫ୍ୟାନମାନେ ମଧ୍ୟ ଘରେ ରହି ନିଜ ମନପସନ୍ଦର ତାରକାମାନଙ୍କ ଅପଡେଟ୍ସ ସୋଶାଲ ମିଡିଆରେ ପାଇପାରୁଛନ୍ତି। 

ନିକଟରେ ବେଵୋ ମାନେ କରୀନା କପୁର ଖାନ୍ ସୋଶାଲ ମିଡିଆରେ ସ୍ୱାମୀ ସୈଫ୍ ଅଲୀ ଖାନ୍ ଏବଂ ପୁଅ ତୈମୁର ଅଲୀ ଖାନଙ୍କ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ବାପା-ପୁଅ ଦୁହେଁ କାନ୍ଥରେ ପେଣ୍ଟିଂ କରୁଥିବାର ଦେଖିବାକୁ ମିଳିଛି। ସୈଫ ବାଲକୋନି କାନ୍ଥରେ ଫୁଲ ଅଙ୍କୁଥିବା ଦେଖିବାକୁ ମିଳିଛି।  ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, “ଯେତେବେଳେ ସୈଫ୍ ମତେ କହିଥିଲେ ମୁଁ ତୁମ ପାଇଁ ଫୁଲ ନେଇ ଆସିଛି ସେ ସମୟରେ ମୋ ମନରେ ଅଲଗା ଭାବନା ଆସିଥିଲା।  ତାଙ୍କ କ୍ୱାରେଣ୍ଟାଇନ୍ ଗିଫ୍ଟ ଏପରି ଥିଲା।”

ଏହାପରେ କରୀନା ପୁଅ ତୈମୁରଙ୍କ ଫଟୋ ଶେୟାର କରିଥିଲେ। ତୈମୁରଙ୍କ ଫଟୋରେ କରିନା ଲେଖିଛନ୍ତି, କୌଣସି କାନ୍ଥ ତୁମର ରଚନାତ୍ମକତାକୁ ରୋକି ପାରିବ ନାହିଁ।” 



from Odisha Reporter https://ift.tt/2KkXFgD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages