ଜଙ୍ଗଲରେ ନିଆଁ ଲଗାଇ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଜଙ୍ଗଲରେ ନିଆଁ ଲଗାଇ ବନ୍ଧା ହେଲେ

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ବନ ବିଭାଗର କର୍ମଚାରୀ। ଅଭିଯୁକ୍ତମାନେ ହେଲେ ଗୁଜର ଦିଗାଲ ଏବଂ ରେଂଟୁ କହଁର। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ନୂଆପଦର ସେକ୍ସନର ବନ କର୍ମଚାରୀମାନେ ସାଡ଼ିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନେ ଗୁଜର ଜଙ୍ଗଲରେ ନିଆଁ ଲଗାଉଥିବା ଦେଖି ତାଙ୍କୁ ଗିରଫ କରିଥିଲେ।

ସେହିପରି ଗୁଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲରେ ରେଂଟୁ ଛଅଟି ପଏଣ୍ଟରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ କର୍ମଚାରୀ ତାଙ୍କୁ  ଗିରଫ କରିଥିଲେ।



from Odisha Reporter https://ift.tt/3ahKlEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages