କରୋନା: ପ୍ଲାଜମା ଥେରାପୀ ଚିକିତ୍ସା ପାଇଁ ତେଲେଙ୍ଗାନା ମାଗିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

କରୋନା: ପ୍ଲାଜମା ଥେରାପୀ ଚିକିତ୍ସା ପାଇଁ ତେଲେଙ୍ଗାନା ମାଗିଲା ଅନୁମତି

ହାଇଦ୍ରାବାଦ: କେରଳ ପରେ ତେଲେଙ୍ଗାନା ସରକାର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପୀ ପଦ୍ଧତି ଆପଣାଇବାକୁ ଚେଷ୍ଟା କରିଛି। ଏ ନେଇ ତେଲେଙ୍ଗାନା ସରକାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ଅନୁମତି ମାଗିଛି। ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଇ.ରାଜେନ୍ଦର ଗୁରୁବାର ଏହି ସୂଚନା ଦେଇଛନ୍ତି। ତେଲେଙ୍ଗାନାର ସାତ ଜଣିଆ ଡାକ୍ତରୀ ଟିମ୍ ଏ ନେଇ ଆଇସିଏମଆରକୁ ଯୋଗାଯୋଗ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

ପ୍ଲାଜମା ଥେରାପୀରେ ଯେଉଁମାନେ କରୋନାରେ ଅତ୍ୟଧିକ ଅସୁସ୍ଥ ଥିବେ କିନ୍ତୁ ସୁସ୍ଥ ହୋଇଯାଇଥିବେ। ସେମାନଙ୍କ ରକ୍ତ ନମୁନାରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ଇନଫ୍ୟୁଜନ କରାଯାଏ। ଏହାକୁ ପ୍ଲାଜମା ଥେରାପୀ କୁହାଯାଏ।

କେରଳ ହେଉଛି ପ୍ରଥମ ରାଜ୍ୟ ଯିଏକି କୌଣସି ଔଷଧ ପଛରେ ନପଡି ପ୍ଲାଜମା ଥେରାପୀ ମାଧ୍ୟମରେ ଚିକିତ୍ସା କରିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏଭଳି ଚିକିତ୍ସା ପାଇଁ ପ୍ରାଥମିକ ଭାବରେ ଅନୁମତି ଦେଇଛି। ଏଭଳି ଚିକିତ୍ସା ଶ୍ରୀ ଚିତ୍ରା ତିରୁନଲ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲଜି (SCTIMST)  ଦ୍ୱାରା ଆରମ୍ଭ ହୋଇଥିବା ସୂଚନା ରହିଛି। ଚାଇନା ଓ ଆମେରିକାର କିଛି ସ୍ଥାନରେ ଏଭଳି ଚିକିତ୍ସା ଆପଣାଇ ସଫଳ ହୋଇଛନ୍ତି ଡାକ୍ତରମାନେ।



from Odisha Reporter https://ift.tt/2K8Xa9z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages