କିଏ ଏହି ଓଲିଉଡ୍‌ ଅଭିନେତ୍ରୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

କିଏ ଏହି ଓଲିଉଡ୍‌ ଅଭିନେତ୍ରୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ରହିଛି। ସେଥିପାଇଁ ସମସ୍ତେ ଘରେ ଅଛନ୍ତି। ଏହି ସମୟରେ ବଲିଉଡ୍‌ ଓ ଓଲିଉଡ୍ କଳାକାରମାନେ ସୋଶାଲ୍ ମିଡିଆ ଯୋଗେ ଲୋକଙ୍କ ସହିତ ଯୋଡ଼ି ହେଉଛନ୍ତି। ‌କରୋନା ନେଇ ଲୋକଙ୍କୁ ସଚେତନ କରିବାକୁ ଭିଡିଓ ପୋଷ୍ଟ କରିବା ସହିତ ନିଜେ କେମିତି ସମୟ କାଟୁଛନ୍ତି, ସେ ସଂପର୍କିତ ଫଟୋ ଓ ଭିଡିଓ ବି ଶେଆର କରୁଛନ୍ତି।

 

View this post on Instagram

 

Little Me- oh pls let me eat!!! Nd Stop this paparazzi for god’s sake.. 📸: @anuradha_samantaray

A post shared by Elina⭐️ (@rayelinasamantaray) on

ଏଥିରେ ଓଲିଉଡ୍‌ର ଅନ୍ୟତମ ସଫଳ ଅଭିନେତ୍ରୀ ଏଲିନା ସାମନ୍ତରାୟ ବି ସାମିଲ ଅଛନ୍ତି। ସେ ଗାଁରେ ଥିବାର ଫଟୋ ସହିତ ଲୋକଙ୍କୁ ହାତ ଧୋଇବାର ଶୈଳୀ ସଂପର୍କରେ ସଚେତନ କରିବା ପାଇଁ ଭିଡିଓ ପୋଷ୍ଟ କରିଥିବା ବେଳେ ନିଜ ପିଲା ବେଳର ଦୁଇଟି ଫଟୋ ବି ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଛନ୍ତି।
ଏହି ଦୁଇଟି ଫଟୋରେ ସେ ଏକ ଡେକ୍‌ଚିରୁ ଖାଇବା ଆଣି ଖାଉଛନ୍ତି। ଏଥିରୁ ଗୋଟିଏ ଫଟୋରେ ଖାଉଥିବା ବେଳେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଦୁଇଟି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି- ଦୟାକରି ମୋତେ ଖାଇବାକୁ ଦିଅ, ଫଟୋ ଉଠାଅନି।
ଏଲିନାଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଅଭିନେତ୍ରୀ ଭୂମିକା ଦାସ ଲେଖିଛନ୍ତି ଯେ ଫଟୋରେ ଥିବା ପିଲାଟି ବହୁତ ସୁନ୍ଦର ଦେଖାଯାଉଛି। ସେହିପରି ଉପସ୍ଥାପିକା ଗୁନଗୁନ ଏବଂ ଅଭିନେତ୍ରୀ ଲିପ୍ସା ମିଶ୍ର ମଧ୍ୟ ଫଟୋଟି ସୁନ୍ଦର ହେଇଛି ବୋଲି କମେଣ୍ଟରେ ଲେଖିଛନ୍ତି।


from Odisha Reporter https://ift.tt/2KwF3KV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages