ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ବେଳେ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ମୁମ୍ୱାଇର ଜଣେ ସାଢ଼େ ୩ ବର୍ଷର ପୁଅକୁ ଭୁବନେଶ୍ୱରରୁ ରହି ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶା କ୍ୟାଡରର ଆଇପିଏସ ତଥା ସେସୁର ସିଇଓ ଅରୁଣ ବୋଥ୍ରା। ମାଧ୍ୟମ ସାଜିଛି ଟୁଇଟର।
ମୁମ୍ବାଇରେ ରହୁଥିବା ଜଣେ ମହିଳାଙ୍କ ସାଢ଼େ ୩ ବର୍ଷର ପୁଅ ଅଟେଷ୍ଟିକ ରୋଗରେ ଆକ୍ରାନ୍ତ। ତେଣୁ ସେ କେବଳ ଓଟ କ୍ଷୀର ଓ ଡାଲି ଖାଇଥାଏ। ଲକଡାଉନ୍ ପାଇଁ ସବୁ ବନ୍ଦ ରହିଥିବାରୁ ଓଟ କ୍ଷୀର ମିଳିବା କଷ୍ଟକର। ଏଥିପାଇଁ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୁଇଟ୍ କରି ସହାୟତା ମାଗିଥିଲେ। ଯାହାର ଜବାବ ଦେଇଥିଲେ ସେସୁର ସିଇଓ ଅରୁଣ ବୋଥ୍ରା।
Final update
20 lts. camel milk reached Mumbai by train last night. The family has kindly shared part of it with another needy person in the city.
Thanking Sh.Tarun Jain, CPTM, North-West Railways who ensured an unscheduled halt to pick the container.@RailwaySeva@RailMinIndia https://t.co/fCxI6EJTrX
— Arun Bothra (@arunbothra) April 11, 2020
ବୋଥ୍ରା ସଙ୍ଗେସଙ୍ଗେ ଟୁଇଟ୍ କରି ରେଲଓ୍ୱର ଉତ୍ତର ପଶ୍ଚିମ ସିପିଟିଏମକୁ ଜଣାଇଥିଲେ। ଏହାପରେ ଏହାପରେ ଓଟ କ୍ଷୀର ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଲୁଧିଆନାରୁ ବାନ୍ଦ୍ରା ଆସୁଥିବା ଏକ ମାଲବାହୀ ଟ୍ରେନରେ ଏହାକୁ ମୁମ୍ବାଇକୁ ଆଣିବାକୁ ଯୋଜନା ହୋଇଥିଲା। ହେଲେ ଅଜମେର୍ ନିକଟ ଫାଲନା ଷ୍ଟେସନ୍ ଯାଏ କ୍ଷୀର ପହଞ୍ଚାଇବାକୁ ରାଜି ହୋଇଥିବା କ୍ଷୀର ଡିଲର। ଏହାପରେ ରେଳ ବିଭାଗ ମାଲବାହୀ ଟ୍ରେନକୁ ଅଜମେର୍ ନିକଟ ଫାଲନା ଷ୍ଟେସନରେ କିଛି ସମୟ ପାଇଁ ରଖିଥିଲା। ଆଉ ଶେଷରେ ୨୦ ଲିଟର୍ ଓଟ୍ କ୍ଷୀରକୁ ମୁମ୍ବାଇର ନେହାଙ୍କ ପାଖରେ ପହଞ୍ଚା ଯାଇଛି।
from Odisha Reporter https://ift.tt/34wRqj7
No comments:
Post a Comment