ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ ଛୁଇଁଛି। ଦେଶରେ ମୋଟ୍ ୯,୧୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୭,୯୮୭ ଜଣ ଚିକିତ୍ସାଧୀନ ରହିଛନ୍ତି। ୮୫୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସକାଳୁ ଏହି ରିପୋର୍ଟ ଦେଇଛି। ରବିବାର ରାତି ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭୩ ପହଞ୍ଚିଥିଲା।

ସେହିପରି ନାଗାଲାଣ୍ଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଆକ୍ରାନ୍ତ ଜଣଙ୍କ ଆସାମର ଗୌହାଟିର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆସାମାର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ରବିବାର ସଂଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୧,୭୬୧ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ରାଜ୍ୟରେ ୧୨୭ ଜଣଙ୍କ ଜୀବନ ଗଲାଣି। ସେହିଭଳି ଦିଲ୍ଲୀରେ ୧୦୬୯ ଆକ୍ରାନ୍ତ ଥିବାବେଳେ ୧୯ ଜଣଙ୍କ ଜୀବନ ଯାଇଛି। ତାମିଲନାଡ଼ୁରେ ୯୬୯ ଆକ୍ରାନ୍ତ ଥିବାବେଳେ ମୋଟ ୧୦ ଜଣଙ୍କ ଜୀବନ ଯାଇଛି। ସେହିଭଳି ରାଜସ୍ତାନରେ ୭୦୦ ଜଣ ଆକ୍ରାନ୍ତ ଅଛନ୍ତି। ଏହି ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି।



from Odisha Reporter https://ift.tt/39Zb5JG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages