ପୁଣି ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ପୁଣି ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ସମଗ୍ର ଦେଶ ଏକଜୁଟ ହୋଇଛି। କରୋନାର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱ ଆଗେଇ ଆସିଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏଭଳି ବିପଦ ସମୟରେ ଖୋଲା ହୃଦୟରେ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଅକ୍ଷୟ କୁମାର ‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଏପର୍ଯ୍ୟନ୍ତର ସର୍ବାଧିକ ଦାନ କରିଛନ୍ତି। ଏହି ପାଣ୍ଠି ଖୋଲିବା ପରେ ପରେ ପ୍ରଥମ ଅଭିନେତା ଭାବେ ସେ ୨୫ କୋଟି ଟଙ୍କା ଦାନ କରିଥିଲେ। ତେବେ ଏତିକିରେ ଚୁପ୍ ବସି ଯାଇ ନାହାନ୍ତି ଅକ୍ଷୟ। ଏବେ ସେ Brihanmumbai Municipal Corporation (ବିଏମ୍‌ସି)କୁ ଆର୍ଥିକ ସହାୟତା ଦେଇଛନ୍ତି।

ସୂଚନା ଅନୁଯାୟୀ, ଖିଲାଡ଼ୀ କୁମାର ବିଏମସିକୁ ୩ କୋଟି ଟଙ୍କା ଦାନ କରିଛନ୍ତି। ଡାକ୍ତରଖାନାରେ ବ୍ୟବହାର ହେଉଥିବା ପିପିଇ, ମାସ୍କ ଓ କରୋନା ଟେଷ୍ଟିଂ କିଟ୍ ପାଇଁ ଅକ୍ଷୟ ଏହି ଟଙ୍କା ଦାନ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବାକୁ ମଧ୍ୟ ପ୍ରୟାସ କରୁଛନ୍ତି। ନିକଟରେ ସେ ଜରୁରୀକାଳିନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ସୋଶାଲ୍ ମିଡିଆ ଜରିଆରେ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଏହା ବ୍ୟତୀତ ଏଭଳି ପରିସ୍ଥିତିରେ ଲୋକମାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜ୍ୟାକି ଭାଗନାନିଙ୍କ ସହ ମିଶି ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’। ଦେଶବାଶୀଙ୍କୁ ଆଶାର କିରଣ ଦେଖାଉଥିବା ଏହି ଗୀତକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି।

 

 



from Odisha Reporter https://ift.tt/39WLv87

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages