ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ଗୁଡ ଫ୍ରାଇଡେ ପାଳନ କରୁଛି। ଏଥିସହିତ କରୋନା ସହିତ ମୁକାବିଲା କରୁଛି। ଏହି ସମୟରେ ଦେଶର ୪୦୦ ଜିଲ୍ଲାରେ ଏଯାବତ କୌଣସି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ଏହା କହିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର। ଏକ ଘରୋଇ ଚ୍ୟାନେଲର ଟିଭି ଡିବେଟରେ ଯୋଗ ଦେବା ବେଳେ ସେ ଏହା କହିଛନ୍ତି। ଦେଶର ୭୧୮ ଜିଲ୍ଲାରୁ ୪୦୦ ଜିଲ୍ଲାରେ ଏହି ଭାଇରସ ପହଞ୍ଚିନଥିବା ଦେଶବାସୀଙ୍କ ପାଇଁ ଭଲ ଖବର ବୋଲି କୁହାଯାଉଛି।
ଏଯାବତ ଯେଉଁ ୬୪୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ୬୨ଟି ଜିଲ୍ଲାର ବୋଲି ରାଜୀବ କୁମାର କହିଛନ୍ତି। ଯଦି ଦେଶବାସୀ ଲକଡାଉନକୁ ଭଲ ଭାବରେ ପାଳନ କରିବେ ତାହେଲ ଏହି ୪୦୦ ଜିଲ୍ଲା କରୋନାରେ ସଂକ୍ରମିତ ହେବେ ନାହିଁ। ଏହାବାଦ ଯେଉଁସ୍ଥାନ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଛି ସେହି ସ୍ଥାନରେ ଅଧିକ ମାତ୍ରାରେ ସ୍କ୍ରିନିଂ କରାଯିବା ସହିତ କୋଭିଡ୍-୧୯ ଟେଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୪୧୨ ପହଞ୍ଚିଥିବାବେଳେ ୧୯୯ ଜଣଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/3b18Qqz
No comments:
Post a Comment