ରାହୁଲ-ରଘୁରାମ ଚର୍ଚ୍ଚା: କରୋନା ପରେ ଦେଶକୁ କେମିତି ଫାଇଦା ମିଳିବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ରାହୁଲ-ରଘୁରାମ ଚର୍ଚ୍ଚା: କରୋନା ପରେ ଦେଶକୁ କେମିତି ଫାଇଦା ମିଳିବ?

ନୂଆଦିଲ୍ଲୀ:  କରୋନା ମହାମାରୀ ପାଇଁ ଦେଶ ଏବେ ଲକଡାଉନ ରହିଛି। ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପ ଆଦି ଅନେକ ବନ୍ଦ ରହିଛି। ଏହାଦ୍ୱାରା ଦେଶ ଆର୍ଥିକ କ୍ଷତି ସହୁଛି। ଆଗାମୀ ଦିନରେ ଏହାର ପ୍ରଭାବ ମଧ୍ୟ ଦେଶ ଉପରେ ପଡ଼ିବ। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ରଘୁରାମ ରାଜନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି। ରଘୁରାମ କହିଛନ୍ତି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ହେଲେ କେନ୍ଦ୍ର ସରକାର ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଉ ସରକାର ଏହି ଟଙ୍କା ଖର୍ଚ୍ଚ କରିବାର କ୍ଷମତା ରଖିଛନ୍ତି ବୋଲି ରଘୁରାମ ରାଜନ କହିଛନ୍ତି।

ଆଗାମୀ ଦିନରେ ବିଶ୍ୱ ସ୍ତରରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ। କରୋନା ମହାମାରୀରେ ଯେଉଁ ସ୍ଥିତି ଉପୁଜିଛି ସେଥିରେ ଆଗାମୀ ଦିନରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ। ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ଭାରତକୁ ପସନ୍ଦ କରନ୍ତି ବୋଲି ରଘୁରାମ ରାଜନ କହିଛନ୍ତି। ତେବେ ଭାରତକୁ ଆଗକୁ ବଢ଼ିବାକୁ ହେଲେ ସ୍ୱାସ୍ଥ୍ୟ ଏବଂ ଚାକିରି ଦିଗରେ ବିଶେଷ ଧ୍ୟାନ ଦେବାକୁ ହେବ।

ଏହି ଅବସରରେ ବିଶ୍ୱର ଅର୍ଥନୀତିରେ ତ୍ରୁଟିରେ ଥିବା ସେ କହିଛନ୍ତି। ଯେଉଁଥିପାଇଁ ଲୋକଙ୍କ ପାଖରେ ଚାକିରୀ ନାହିଁ। ଯେଉଁମାନଙ୍କ ପାଖରେ ଚାକିରୀ ଅଛି ସେମାନଙ୍କ ପାଖରେ ଅନେକ ସମସ୍ୟା ମଧ୍ୟ ରହିଛି। ଏହାର କାରଣ ରୋଜଗାରରେ ଅସାମନତା ରହିଥାଇପାରେ ବୋଲି ରଘୁରାମ କହିଛନ୍ତି। ତେଣୁ ଏବେ ସଠିକ୍ ଭାବରେ ଅର୍ଥନୀତିକୁ ନେଇ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।

ଆଇଏମଏଫର ପରାମର୍ଶଦାତା ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ କହିଛନ୍ତି, ଦେଶବାସୀଙ୍କ ଜୀବନଶୈଳୀରେ ଉନ୍ନତୀ ଆଣିବାକୁ ହେଲେ ଉପାୟ ରହିଛି। ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ରାଜ୍ୟ ଭଲ କାମ କରିଛନ୍ତି। ହେଲେ ସେହି ରାଜ୍ୟରେ ସବୁଠୁ ବଡ଼ ଆହ୍ୱାନ ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ପାଇଁ ଯେଉଁମାନଙ୍କର ଭଲ ଚାକିରୀ ନାହିଁ। ଲୋକମାନେ କେବଳ ସରକାରୀ ଚାକିରୀ ଉପରେ ନିର୍ଭରଶୀଳ ନହୋଇ ନୂତନ ସୁଯୋଗ ସୃଷ୍ଟି କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ରାହୁଲ: ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି,  ଲକଡାଉନ ଖୋଲିବା ପରେ ଦେଶ କିଭିଳି ଅର୍ଥନୀତିକୁ ମୁକାବିଲା କରିବା ଦରକାର?

ରଘୁରାମ: କହିଛନ୍ତି ଯେ ପ୍ରଥମେ ଆମକୁ ସାଧାରଣ ଲୋକଙ୍କ ରୋଜଗାର ବିଷୟରେ ଚିନ୍ତା କରିବାକୁ ପଡିବ, ଏଥିପାଇଁ ଚାକିରି ସୁରକ୍ଷିତ ରଖିବା ଆବଶ୍ୟକ।

ରାହୁଲ: ଲକଡାଉନ୍ ମଧ୍ୟରେ ଅର୍ଥନୀତି କିପରି ଖୋଲିବ?

ରଘୁରାମ: ଦ୍ୱିତୀୟ ଲକଡାଉନ୍ ଲାଗୁ ହେବାର ଅର୍ଥ ହେଉଛି ଆପଣ ଲକଡାଉନ୍ ଖୋଲିବା ପାଇଁ କୌଣସି ରୋଡ ମ୍ୟାପ ତିଆରି କରିପାରି ନାହାନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି କି ଲକଡାଉନ୍ ୩ ଆସିବ କି? ଯଦି ଆମେ ଶୂନରେ ଖୋଲାଗଲେ ଅର୍ଥନୀତି ଖୋଲିବା ବୋଲି ଭାବିବା ତା’ହେଲେ ଏହା ଅସମ୍ଭବ। ଶୂନରେ ଖୋଲାଯିବାର ଅର୍ଥ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିବା।

ରାହୁଲ: କରୋନା ପରୀକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠୁଛି? ଅନ୍ୟ ଦେଶ ତୁଳନାରେ ଏଠାରେ କମ୍ ପରୀକ୍ଷା କରାଯାଉଛି।

ରଘୁରାମ: ଯଦି ଆମେ ଅର୍ଥନୀତି ଖୋଲିବାକୁ ଚାହୁଁ, ତେବେ ଆମକୁ କରୋନା ପରୀକ୍ଷା କ୍ଷମତା ବଢ଼ାଇବାକୁ ପଡ଼ିବ। ଏବେ ୨୦ ହଜାରରୁ ୩୦ ହଜାର ମଧ୍ୟରେ କରୋନା ପରୀକ୍ଷା ହେଉଥିବା ବେଳେ ଆମେରିକାରେ ପ୍ରତିଦିନ ଲକ୍ଷ ଲକ୍ଷ ପରୀକ୍ଷା କରାଯାଉଛି।

ରାହୁଲ: କରୋନା ସଙ୍କଟରୁ ଭାରତ କିପରି ଲାଭବାନ ହେବ? କରୋନା ଭାଇରସ ଶେଷ ହେବା ପରେ ଭାରତ କଣ କରିବ?

ରଘୁରାମ: ଏଭଳି ସ୍ଥିତିରେ ବହୁତ କମ୍ ଲୋକ ଲାଭବାନ ହେବେ। କିନ୍ତୁ ଏବେ ଭାରତ ପାଖରେ ସୁଯୋଗ ରହିଛି ଶିଳ୍ପକୁ ଆଗକୁ ନେବାର। ଏଥିପାଇଁ ଲୋକଙ୍କ ସହ ଯୋଗାଯୋଗ କରିବାକୁ ହେବ। ଲୋକଙ୍କୁ ନିଯୁକ୍ତି ଦେବାକୁ ହେବ। ଆମକୁ ଖୁବଶୀଘ୍ର ଅର୍ଥନୀତି ଖୋଲିବାକୁ ହେବ। କାରଣ ଆମର ଅନ୍ୟ ଦେଶ ଭଳି ସୁବ୍ୟବସ୍ଥା ନାହିଁ। ସିଏମଆଇଇ କହିଛି ଯେ ୧୦ କୋଟି ଲୋକ ଚାକିରି ହରାଇବେ। ଏହାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।



from Odisha Reporter https://ift.tt/3bQNDjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages