କାହିଁକି ବିହାର ଯିବେନି ବୋଲି ଋଷି କହିଥିଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

କାହିଁକି ବିହାର ଯିବେନି ବୋଲି ଋଷି କହିଥିଲେ?

ମୁମ୍ୱାଇ: ବର୍ଷୀୟାନ୍ ଅଭିନେତା ଋଷି କପୁର ଇହଲୀଳା ତ୍ୟାଗ କରିଛନ୍ତି। ଗୁରୁବାର ୬୭ ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ ରଖୁଥିଲେ। ଏଥିପାଇଁ ସେ ଅନେକ ସମାଲୋଚନା ବା ସୋଶାଲ ମିଡିଆ ଭାଷାରେ କହିବାକୁ ଗଲେ ଟ୍ରୋଲର ଶିକାର ହୋଇଛନ୍ତି। ହେଲେ ଟ୍ରୋଲକୁ ଋଷି କେବେ ଖାତିର୍ କରି ନ ଥିଲେ।

୨୦୧୬ ଏପ୍ରିଲ ୫ରେ ଋଷିଙ୍କ ଏକ ଟ୍ୱିଟ୍ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ସେ ସମ୍ପୂର୍ଣ୍ଣ ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, “ବିହାର ସରକାର ଚୋରା ମଦ କାରବାରକୁ ପ୍ରଶ୍ରୟ ଦେବା ଭଳି ନିଷ୍ପତ୍ତି ନେଇଛନ୍ତି। ସାରା ଦୁନିଆରେ ମଦ ଉପରେ ପ୍ରତିବନ୍ଧକ ଅସଫଳ ହୋଇଛି। ଜାଗ୍ରତ ହୁଅ। ବିହାର, ତୁମକୁ ରାଜସ୍ୱରେ ୩ ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ହେବ।”

ସେହିପରି ଆଉ ଏକ ଟ୍ୱିଟ୍ କରି ଋଷି ପୁଣି କହିଥିଲେ ଯେ, “ମଦ ପାଇଁ ୧୦ ବର୍ଷ ଜେଲ ଦଣ୍ଡ, ଅବୈଧ ଅସ୍ତ୍ରଶସ୍ତ୍ର ରଖିଲେ ୫ ବର୍ଷ ? ଓ୍ୱାଃ ନୀତିଶ୍! ମୁଁ ବିହାର ଯିବି ନାହିଁ! ୨୦୧୬ରେ ଆପଣ ଏତେ ମାତ୍ରାରେ ଅଦୂରଦର୍ଶୀ କିପରି ହୋଇଗଲେ?”

ଏହି ଟ୍ୱିଟ୍ ସହ ଋଷି କପୁର ୧୯୮୩ରେ ରିଲିଜ୍ ‘କୂଲି’ ଫିଲ୍ମର ଏକ ଫଟୋ ଶେୟାର କରିଥିଲେ। ଆଉ ଫଟୋ କ୍ୟାପସନରେ ଲେଖିଥିଲେ, “କୂଲି ଫିଲ୍ମ ସମୟରୁ ପିଇବା ଅଭ୍ୟାସ କରୁଛି। ହେଲେ ସିଗାରେଟ୍ ଆଉ ମଦ କ୍ଷତିକାରକ ଅଟେ। ଦୟାକରି ଏହାଠାରୁ ଦୂରେଇ ରୁହନ୍ତୁ।”

ପ୍ରକାଶ ଥାଉ କି, ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନଙ୍କ ଟ୍ୱିଟ୍ ପରେ ଋଷି କପୁରଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଲା। ସେ ୨ ବର୍ଷ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଆମେରିକାରେ ୧ ବର୍ଷ କାଳ ଚିକିତ୍ସିତତ ହୋଇ ଗତ ସେପ୍ଟେମ୍ୱରରେ ସେ ଭାରତ ଫେରିଥିଲେ। ତେବେ କିଛିଦିନ ହେଲା ଶ୍ୱାସକ୍ରିୟା ଜନିତ ସମସ୍ୟା ଲାଗି ରହିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।



from Odisha Reporter https://ift.tt/2W94Del

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages