ନୂଆଦିଲ୍ଲୀ: ଏପ୍ରିଲ ୨୦ରୁ ଅନେକ ସେବା ଆରମ୍ଭ ହେବାକୁ ଯାଉଛି। ଏହାରି ଭିତରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ‘ଦେଶରେ ଏବେ ବି ଅନେକ ହଟସ୍ପଟ ରହିଛି। ତେଣୁ ଆଗାମୀ ୫ରୁ ୭ ଦିନ ଗୁରୁତ୍ୱପୂର୍ଣ୍ଣ ରହିବ। କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିଛି। ଯଦି ଆଗାମୀ ୫ରୁ ୭ ଦିନ ଏଭଳି ସ୍ଥିତି ରହିବ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିବାରେ ଦେଶ ସକ୍ଷମ ହୋଇଛି ବୋଲି କହି ହେବ’।
ସେ ଆହୁରି କହିଛନ୍ତି, ରେମଡେସିଭିରକୁ ନେଇ ଅନେକ ପ୍ରକାର ଟେଷ୍ଟିଂ ଚାଲିଛି। ଆଗାମୀ ୫ରୁ ୭ ଦିନ ମଧ୍ୟରେ ଜଣାପଡ଼ିବ କୋଭିଡ-୧୯ ମୁକାବିଲା କରିବା ପାଇଁ ଏହି ଔଷଧ କେତେ ପ୍ରଯୁଜ୍ୟ ହେବ। ନିକଟରେ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ର (ଆଇସିଏମଆର) ପକ୍ଷରୁ କୁହାଯାଇଥିଲା, କରୋନା ଲଢ଼େଇ ପାଇଁ ଭାଇରାଲ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ରେମଜେସିଭିର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ ହେଲେ ସଫଳ ହେବାର ଆଶଙ୍କା ରହିଛି। ଏହାପରେ ଦିଲ୍ଲୀ ଏମ୍ସ ଏହାକୁ ନେଇ ଗବେଷଣା କରୁଛି। ଦେଶରେ ଏଯାବତ ୧୫ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
from Odisha Reporter https://ift.tt/34PdZj3
No comments:
Post a Comment