କଟକ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ କଟକ ସହରର ୪ଟି ପରିବା ବଜାରକୁ କମିଶନରେଟ୍ ପୁଲିସ୍ ସ୍ଥାନାନ୍ତର କରିଛି। ନୟାସଡ଼କରେ ବସୁଥିବା ମାର୍କେଟ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଦୋକାନୀ ୧୨ ଫୁଟ୍ ବ୍ୟବଧାନରେ ବସିବେ। କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍କୁ ସ୍ଥାନାନ୍ତର ହୋଇଛି। ନୂଆବଜାର ପରିବା ମାର୍କେଟ TOP ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି ।
ସେହିପରି ଛତ୍ରବଜାର ପରିବା ମାର୍କେଟ ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ତେବେ ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ଅଛି ସେଇଠି ଖୋଲା ରହିବ। ଏହାବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ।
from Odisha Reporter https://ift.tt/2XOEMun
No comments:
Post a Comment