ବହିଷ୍କୃତ ଡିଏସପି ଦବିନ୍ଦର ସିଂହ ମାମଲାରେ ଏନଆଇଏକୁ ବଡ଼ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

ବହିଷ୍କୃତ ଡିଏସପି ଦବିନ୍ଦର ସିଂହ ମାମଲାରେ ଏନଆଇଏକୁ ବଡ଼ ସଫଳତା

ଶ୍ରୀନଗର: ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ସହଯୋଗ ଅଭିଯୋଗରେ ବହିଷ୍କୃତ ହୋଇଥିବା ଡିଏସପି ଦବିନ୍ଦର ସିଂହ ମାମଲାରେ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ଼ ସଫଳତା। ଏନଆଇଏ ତାରିକ ଅହମଦ ମୀର ନାମକ ଜଣେ ବ୍ୟକ୍ତିକୁ ଏହି ମାମଲାରେ ଗିରଫ କରିଛି। ମୀର ଆତଙ୍କବାଦୀ ଏବଂ ପୁଲିସ ମଧ୍ୟରେ ଜଣେ ଯୋଗସୂତ୍ର ଭାବରେ କାମ କରୁଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏନଆଇଏକୁ ଦବିନ୍ଦର ସିଂହ ମାମଲାରେ କିଛି ବଡ଼ ପ୍ରମାଣ ମିଳିପାରେ।

ତାରିକ ଅହମଦ ମୀର ଆତଙ୍କୀ ସଂଗଠନ ହିଜବୁଲର ଅଣ୍ଡରକଭର ସଦସ୍ୟ। ଯିଏକି ଗୁପ୍ତଚାର ଭାବରେ ହିଜବୁଲକୁ ସମସ୍ତ ସୂଚନା ଦେଇଥାଏ। ପୁଲିସର ଗତିବିଧି, କେଉଁଠି କ’ଣ ରହିଛି ସ୍ଥିତି ଏ ବାବଦରେ ସୂଚନା ଦେଇଥାଏ ମୀର। ଜମ୍ମୁ ପୁଲିସ ଏବେ ମୀରକୁ ଗିରଫ କରିଛି।

ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟଙ୍କ ଅନୁମତି କ୍ରମେ ଏବେ ବରଖାସ୍ତ ହୋଇଥିବା ଦବିନ୍ଦର ସିଂହ ୨୭ ଦିନିଆ ବିଚାରବିଭାଗୀୟ ହେପାଜତରେ ରହିଛି। ଏହା ପୂର୍ବରୁ ଦବିନ୍ଦର ସିଂହକୁ ପୁଲିସ ରିମାଣ୍ଡରେ ନେଇଥିଲା।

ଦବିନ୍ଦର ସିଂହ ଶ୍ରୀନଗର ଠାରେ ଥିବା ନିଜ ଘର ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା। ଡିଏସପି ଦବିନ୍ଦର ୩ ଜଣ ଆତଙ୍କବାଦୀକୁ ନେଇ ଦିଲ୍ଲୀ ଯାଉଥିବା ବେଳେ ଶ୍ରୀନଗରଠାରେ ଗିରଫ ହୋଇଥିଲା।



from Odisha Reporter https://ift.tt/2yeZnxD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages