ହ୍ଵାଟ୍ସଆପରେ ବୁଦ୍ଧାଦିତ୍ୟଙ୍କ ସହ କଥା ହେଉଥିଲେ ଋଷି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ହ୍ଵାଟ୍ସଆପରେ ବୁଦ୍ଧାଦିତ୍ୟଙ୍କ ସହ କଥା ହେଉଥିଲେ ଋଷି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ଋଷି କପୁର୍‌ଙ୍କର ବିୟୋଗରେ ପୁରା ବଲିଉଡରରେ ଶୋକର ଛାୟା ଖେଳିଯାଇଛି। କେବଳ ବଲିଉଡ ନୁହେଁ ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ତାଙ୍କ ବିୟୋଗରେ ବେଶ ମର୍ମାହତ ଅଛନ୍ତି। କାରଣ ଋଷି କପୁର୍‌ଙ୍କ ସହ ତାଙ୍କର ଭଲ ସମ୍ପର୍କର ଥିଲା। ଉଭୟ ହ୍ଵାଟ୍ସଆପରେ ଚାଟ ମଧ୍ୟ କରୁଥିଲେ। ପ୍ରତି 2ସପ୍ତାହକୁ ଥରେ ବୁଦ୍ଧାଦିତ୍ୟ  ଋଷିଙ୍କ ସହ ହ୍ଵାଟ୍ସଆପରେ ଯୋଗାଯୋଗ କରନ୍ତି। ଶେଷଥର ପାଇଁ ବୁଦ୍ଧାଦିତ୍ୟ ଋଷି କପୁରଙ୍କୁ ନରେନ୍ଦ୍ରମୋଦୀଙ୍କ ଆହ୍ୱାନକ୍ରମେ ଏପ୍ରିଲ 5ତାରିଖ ରାତି 9ଟାରେ ଦୀପ ଜଳିବା ଫଟୋ ପଠାଇଥିଲେ। ଋଷି କପୁର ତାଙ୍କ ମେସେଜ ର  ରିପ୍ଲାଏ କରି ବୁଦ୍ଧାଦିତ୍ୟଙ୍କୁ ଆଶୀର୍ବାଦ କରିଥିଲେ।

କିନ୍ତୁ ଲକଡାଉନରେ ବୁଦ୍ଧାଦିତ୍ୟ ତାଙ୍କ ଫିଲ୍ମ ‘କର୍ଜ୍’ର ଗୋଟେ ଟ୍ୟୁନ ରେକର୍ଡ କରିଥିଲେ।  କିନ୍ତୁ ପଠାଇ ପାରିନଥିଲେ, ଯେଉଁଟା ତାଙ୍କର ଗୋଟେ ଅବଶୋଷ ରହିଗଲା ବୋଲି ସେ କହିଛନ୍ତି।

ଏଥିସହ ବୁଦ୍ଧାଦିତ୍ୟ ଯେତେବେଳେ ଋଷିଙ୍କ ଫିଲ୍ମ ଟିଭିରେ ଦେଖନ୍ତି ସେ ତାଙ୍କୁ ଫଟୋ ଉଠାଇ ହ୍ଵାଟ୍ସଆପରେ ପାଠନ୍ତି। ସେ ତାଙ୍କ ମେସେଜର ରିପ୍ଲାଏ ମଧ୍ୟ ଦିଅନ୍ତି ବୋଲି ବୁଦ୍ଧାଦିତ୍ୟ କହିଛନ୍ତି।

ବୁଦ୍ଧାଦିତ୍ୟଙ୍କ କହିବା ଅନୁଯାୟୀ, ଋଷି କପୁର ଟିକେ ରାଗି। କିନ୍ତୁ ସେ ତାଙ୍କ ମୁଡକୁ ଭଲ ଭାବେ ଜାଣନ୍ତି ସେଥିପାଇଁ କିଛି କିଛି ଦିନ ଅନ୍ତରରେ ସେ ତାଙ୍କୁ ମେସେଜ କରନ୍ତି।

ସୂଚନାଯୋଗ୍ୟ, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଋଷି କପୁରଙ୍କୁ ବୁଧବାର ଦିନ ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ।

ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ଓ ପରେ ସେ ମୁମ୍ବାଇ ଫେରିଥିଲେ।

ଫିଲ୍ମ କ୍ୟାରିୟର ଭିତରେ ଋଷି କପୁର ଅନେକ ଫିଲ୍ମରେ ଅଭିନୟ କରି ଲୋକମାନଙ୍କ ପ୍ରଶଂସା ସାଉଁଟିଥିଲେ। ଗତ ଡିସେମ୍ବର ମାସରେ ରିଲିଜ ହୋଇଥିବା ଇମ୍ରାନ୍‌ ହାସ୍‌ମିଙ୍କ ଅଭିନୀତ ଫିଲ୍ମ “ଦ ବଡି”ରେ ଅଭିନୟ କରିଥିବା ତାଙ୍କୁ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/3f2nFvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages