ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ବି ମୁହଁ ଘୋଡ଼ାଇ ରୁହନ୍ତୁ। ଯଦି ଆପଣଙ୍କୁ ଜ୍ୱର, କାଶ, ଥଣ୍ଡା ହୋଇଛି ଅବା ଏଭଳି ରୋଗୀ ଘରେ ଅଛନ୍ତି, ତା’ ହେଲେ ମୁହଁ ଘୋଡ଼ାଇବା ନିତ୍ୟାନ୍ତ ଆବଶ୍ୟକ। ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ। ସେହିପରି ଭିଡ଼ ଅଞ୍ଚଳରେ ରହୁଥିବା ଲୋକେ ବି ମୁହଁକୁ ଘୋଡ଼ାଇ ରଖିବାକୁ ସେ କହିଛନ୍ତି।
ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ମାସ୍କ ନୁହେଁ, ଲୋକେ ମୁହଁକୁ କୌଣସି ସଫା କପଡ଼ାରେ ଘୋଡ଼ାଇ ରଖିପାରିବେ। ହେଲେ ଘରେ ଥିବା ସବୁ ସଦସ୍ୟ ପାଇଁ ଅଲଗା ଅଲଗା କପଡ଼ା ବ୍ୟବହାର କରିବେ। ଏହାସହ ଏହାକୁ ବ୍ୟବହାର କଲା ପରେ ସୁରକ୍ଷିତ ଓ ସଫା ଜାଗାରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ଗାଇଡଲାଇନ୍ ଅନୁସାରେ ମାସ୍କ ବ୍ୟବହାର କରନ୍ତୁ ବୋଲି ସେ କହିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବି ମୁହଁ ଘୋଡ଼ାଇବା ନେଇ ପରାମର୍ଶ ଦିଆଯାଇଛି। ସଫା କପଡ଼ାରେ ମୁହଁ ଘୋଡ଼ାଇବା ବା ମାସ୍କ ପିନ୍ଧିବାକୁ କୁହାଯାଇଛି। ବ୍ୟବହାର ହୋଇଥିବା ମାସ୍କ ଓ କପଡ଼ାକୁ ବାରମ୍ବାର ସଫା କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
from Odisha Reporter https://ift.tt/2RdqMGx
No comments:
Post a Comment