କରୋନା: ଭାରତ ରପ୍ତାନୀ ବନ୍ଦ କରିଥିବା ଔଷଧକୁ ପଠାଇବା ପାଇଁ ଟ୍ରମ୍ପଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

କରୋନା: ଭାରତ ରପ୍ତାନୀ ବନ୍ଦ କରିଥିବା ଔଷଧକୁ ପଠାଇବା ପାଇଁ ଟ୍ରମ୍ପଙ୍କ ନିବେଦନ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଥିଲେ। କରୋନା ମୁକାବିଲା କରିବା ପାଇଁ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ସଂକଳ୍ପ ନେଇଛନ୍ତି। ଏହି ଭିଡିଓ କନଫରେନସିଂ ଜରିଆରେ ଟ୍ରମ୍ପ ମୋଦିଙ୍କୁ ଗୋଟିଏ ସ୍ୱତନ୍ତ୍ର ଔଷଧ ରପ୍ତାନୀ କରିବାକୁ କହିଛନ୍ତି। ଯାହାକୁ ସେ ମଧ୍ୟ ନିଜେ ଖାଇବେ ବୋଲି କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ରପ୍ତାନୀ କରିବା ପାଇଁ ନିବେଦନ କରିଛନ୍ତି। ଆମେରିକାରେ ଏବେ କରୋନା ଦୌରାତ୍ମ ଦେଖାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୫୪ ହୋଇଛି। ତେଣୁ ପ୍ରାଥମିକ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ରୋକିବା ପାଇଁ ଟ୍ରମ୍ପ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି।

ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଏକ ଆଣ୍ଟି ମାଲେରିଆ ଔଷଧ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ଦୁଇ ସପ୍ତାହ ପୂର୍ବରୁ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧର ଚାହିଦା ବୃଦ୍ଧି ପାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏଫଡିଏ ଦ୍ୱାରା ଏହି ଔଷଧ ଅନୁମୋଦିତ ହୋଇଛି। ଏବେ କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ କରୁଥିବା ବେଳେ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି ସଫଳ ହୋଇଛି ଆମେରିକା। ଯଦିଓ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ ବୋଲି ସରକାରୀ ଭାବରେ କୁହାଯାଇନାହିଁ। ହେଲେ ଡାକ୍ତରମାନେ ଏହାକୁ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ଭାରତ ମଧ୍ୟ ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଭାରତ ରୋକ୍ ଲଗାଇବା ପରେ ଅନ୍ୟାନ୍ୟ ଦେଶ କିନ୍ତୁ ଆମଦାନୀ ପାଇଁ ଭାରତକୁ ନିବେଦନ କରିଛନ୍ତି। ଅନ୍ୟପଟେ ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।

ଏହି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ SARS-COV-2 ଉପରେ ମଧ୍ୟ ପ୍ରଭାବ ଦେଖାଇଥାଏ। ଏହି ଭାଇରସ କୋଭିଡ-2 ସୃଷ୍ଟି ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି।



from Odisha Reporter https://ift.tt/3bQ0rq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages