ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଖଣ୍ଡିବାହାଲରେ ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭୀମସେନ ମାଝି।
ସୂଚନାଅନୁସାରେ, ହତ୍ୟାକାରୀ ଗୌତମ ମାଝିଙ୍କ ସହ ପଡୋଶୀ ଭୀମସେନଙ୍କର ପୂର୍ଵରୁ ଶତ୍ରୁତା ଲାଗି ରହିଥିଲା l ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୀମସେନ ନିଜ ଘର ଅଗଣାରେ ଥିବା ବେଳେ ଗୌତମ ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଭୀମସେନଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଫେରାର୍ ଥିବା ଗୌତମଙ୍କୁ ପୁଲିସ୍ ବିଳମ୍ୱିତ ରାତିରେ ଗିରଫ କରିଥିବା ଜଣାଯାଇଛି।
from Odisha Reporter https://ift.tt/2RSlfpb
No comments:
Post a Comment